Sun. Mar 8th, 2026

ବ୍ୟାଙ୍କରୁ ହ୍ୟାକର୍‌ ଉଡ଼ାଇନେଲେ ୯୪ କୋଟି

231 Views

ପୁନେ: ଦେଶର ଦ୍ୱିତୀୟ ସବୁଠୁ ବଡ଼ ସମବାୟ ବ୍ୟାଙ୍କରୁ ହ୍ୟାକର୍‌ମାନେ ଦୁଇ ଦିନରେ ୯୪ କୋଟି ଟଙ୍କା ଉଡ଼ାଇ ନେଇଛନ୍ତି। ସେହି ଟଙ୍କାକୁ ହ୍ୟାକର୍‌ମାନେ ବିଭିନ୍ନ ବିଦେଶୀ ଓ ଘରୋଇ ବ୍ୟାଙ୍କରେ ଥିବା ଖାତାକୁ ଟ୍ରାନ୍ସଫର୍‌ କରିଦେଇଛନ୍ତି। ସାଇବର୍‌ ଆକ୍ରମଣର ଶିକାର ହୋଇଥିବା ବ୍ୟାଙ୍କ ହେଉଛି ପୁନେର କସ୍‌ମସ୍‌ ବ୍ୟାଙ୍କ। ଅଗଷ୍ଟ ୧୧ ଓ ୧୩ ତାରିଖରେ ହ୍ୟାକର୍‌ମାନେ ସାଇବର୍‌ ଆକ୍ରମଣ କରିଥିଲେ। ସେମାନେ କାନାଡା, ହଂକଂ ଓ ଭାରତର ମୋଟ ୨୫ଟି ଏଟିଏମ୍‌କୁ ହ୍ୟାକ୍‌ କରି ମୋଟ ୯୪.୪୨ କୋଟି ଟଙ୍କା ଉଡ଼ାଇ ନେଇଥିଲେ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ହ୍ୟାକର୍‌ମାନେ ଭିସା ଓ ରୁପେ ଡେବିଟ୍‌ କାର୍ଡର ପେମେଣ୍ଟ୍‌ ଗେଟ୍‌େଓ୍ଵ ଉପରେ ଆକ୍ରମଣ କରି ଏଭଳି କାରନାମା କରିଛନ୍ତି। ବ୍ୟାଙ୍କର କୋର୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା (ସିବିଏସ୍‌) ଉପରେ କୌଣସି ଆକ୍ରମଣ ହୋଇନାହିଁ ବୋଲି କସ୍‌ମସ୍‌ ବ୍ୟାଙ୍କ ସ୍ପଷ୍ଟ କରିଛି। ସାଇବର୍‌ ଆକ୍ରମଣ ଯୋଗୁ ଯେଉଁ ଆର୍ଥିକ କ୍ଷତି ହୋଇଛି ତାହାର କୌଣସି ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। ସବୁ କ୍ଷତିକୁ ବ୍ୟାଙ୍କ ନିଜେ ବହନ କରିବ ବୋଲି ସ୍ପଷ୍ଟ କରିଦେଇଛି।

By amfnews

Related Post