Sat. Mar 7th, 2026

ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ଦାବି

249 Views

ବେଙ୍ଗାଲୁରୁ : ସୋସିଅାଲ ମିଡିଅାରେ ଜୋର ଧରିଛି  #MeToo କ୍ୟାମ୍ପେନ । ଅସଦାଚରଣ ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ତିକ୍ତ ଅନୁଭୂତି ସେୟାର କରୁଛନ୍ତି। ଏହା ସହ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କାଠଗଡ଼ାକୁ ବି ଟାଣୁଛନ୍ତି।

ଏଭଳି ସମୟରେ ସୋସିଅାଲ ମିଡିଅାରେ ଏମିତି ଏକ ଭିଡିଓ ପୋଷ୍ଟ ହୋଇଛି, ଯାହା ଏବେ ଚର୍ଚ୍ଚାରେ।  ବ୍ୟାଙ୍କ ଋଣ ପାଇଁ ଯୌନ ସମ୍ପର୍କ ରକ୍ଷା କରିବାକୁ ଦାବି କରିଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ନିସ୍ତୁକ ମାଡ଼ ମାରିଛନ୍ତି ଜଣେ ମହିଳା। ଘଟଣାଟି ଘଟିଛି ଦକ୍ଷିଣ କର୍ଣ୍ଣାଟକର ଦାଭାବାନଗେର ସହରରେ।ସୋସିଅାଲ ମିଡିଅାରେ ଭିଡିଓ ଅପଲୋଡ ହେବା ପରେ ମହିଳାଙ୍କ ସାହସକୁ ଅନେକ ପ୍ରଶଂସା କରିଥିବା ବେଳେ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ ଏଭଳି ଶାସ୍ତି ଦେବା ଉପରେ ଅନେକ ଯୁକ୍ତି ବାଢ଼ିଛନ୍ତି। ବିବାଦ ପରେ ସଂପୃକ୍ତ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

By amfnews

Related Post