Wed. Nov 6th, 2024

ବ୍ୟାଗ ଫ୍ୟାକ୍ଚ୍ରିରେ ନିଆଁ, ମୃତ୍ୟୁ ସଂଖ୍ୟା ଛୁଇଁଲା ୪୩

By amfnews Dec 8, 2019 #Featured
140 Views

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବ୍ୟାଗ ତିଆରି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ସେଣ୍ଟ୍ରାଲ ଦିଲ୍ଲୀର ରାଣୀ ଝାନସି ରୋଡରେ ଥିବା ଅନାଜ ମଣ୍ଡିରେ ଏହି ଫ୍ୟାକ୍ଟ୍ରି ରହିଛି। ଶ୍ରମିକମାନେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଫଳରେ ନିଆଁ ଲାଗିଥିଲା ବୋଲି ଜାଣିପାରିନଥିଲେ ଫ୍ୟାକ୍ଟ୍ରି ଭିତରେ ଥିବା ଶ୍ରମିକମାନେ। ନିଆଁ ଲାଗିଲା ବୋଲି ଜାଣିବା ବେଳକୁ ଚାରିଆଡେ ଧୂଆଁ ହୋଇଯାଇଥିଲା। ଫଳରେ ଅଧିକାଂଶଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି। ସକାଳ ୫ଟାରେ ଏହି ଅଘଟଣ ଘଟିଛି।

ANI

@ANI

Death toll rises to 43 in fire incident, according to police.

View image on TwitterView image on Twitter

ଘଟଣାସ୍ଥଳରେ ଦମକଳବାହିନୀ ଟିମ୍ ପହଞ୍ଚି ଫ୍ୟାକ୍ଚ୍ରି ଭିତରେ ଥିବା ୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ଚିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଡେପୁଟି ଫାୟାର ଚିଫ୍ ସୁଶୀଲ ଚୌଧୁରୀ କହିଛନ୍ତି, ଫ୍ୟାକ୍ଟ୍ରି ଭିତର ଅନ୍ଧାର ଥିଲା। ଏହି ଫ୍ୟାକ୍ଟ୍ରିରେ ସ୍କୁଲ ବ୍ୟାଗ, ବଟଲ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ତିଆରି କରାଯାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପ୍ରମୁଖ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Narendra Modi

@narendramodi

The fire in Delhi’s Anaj Mandi on Rani Jhansi Road is extremely horrific. My thoughts are with those who lost their loved ones. Wishing the injured a quick recovery. Authorities are providing all possible assistance at the site of the tragedy.

ଦିଲ୍ଲୀ ମନ୍ତ୍ରୀ ଇମ୍ରାନ୍ ହୁସେନ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଭଳି ଦୁର୍ଘଟଣା ପାଇଁୱ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଆବଶ୍ୟକୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ANI

@ANI

Delhi Minister Imran Hussain on incident: It is a tragic incident. Investigation will be conducted and action will be taken against whoever is responsible for it.

View image on Twitter

By amfnews

Related Post