Sun. Nov 24th, 2024

ବ୍ରିଟେନରେ ମାଲ୍ୟା ପ୍ରତ୍ୟାର୍ପଣର ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ଆଜି, ଭାରତକୁ ମିଳିପାରେ ସଫଳତା

By amfnews Dec 10, 2018 #Featured
95 Views

ନୂଆଦିଲ୍ଲୀ/ଲଣ୍ଡନ, ଡିସେମ୍ବର ୧୦ : ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଥିବା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟାର୍ପଣର ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ସୋମବାର ଲଣ୍ଡନର ଏକ କୋର୍ଟରେ ହେବ । ଏହି ଶୁଣାଣୀରେ ଅଂଶଗ୍ରହଣ କରିବା ଲାଗି ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ଟିମ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏ ସାଇ ମନୋହର ରବିବାର ଲଣ୍ଡନ ଗସ୍ତ କରିଛନ୍ତି । କୁହାଯାଉଛି ଯେ କୋର୍ଟ ମାଲ୍ୟାଙ୍କୁ ଭାରତ ଅଣାଯିବା ମାମଲାରେ ସୋମବାର ନିଜର ରାୟ ପ୍ରକାଶ କରିପାରେ । ଏହି ଶୁଣାଣୀରେ ଭାରତକୁ ବଡ଼ ସଫଳତା ମିଳିପାରେ ।

ବ୍ରିଟେନ କୋର୍ଟରେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତର ସ୍ୱତନ୍ତ୍ର ଅନୁରୋଧ ଉପରେ ଶୁଣାଣୀ ହେବ । ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବା ପାଇଁ ମୁମ୍ବାଇର ଏକ ଅଦାଲତରେ ଚାଲିଥିବା କାର୍ଯ୍ୟବାହୀକୁ ମୁକାବିଲା କରିବା ଆବେଦନ ଉପରେ ଡିସେମ୍ବର ୭ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟସ ଜାରି କରିଥିଲେ ।

ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏବଂ ନ୍ୟାୟମୂର୍ତ୍ତି ସଂଜୟ କିଶନ କାଉଲଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ବିଜୟ ମାଲ୍ୟାଙ୍କ ଆବେଦନ ଉପରେ ନୋଟିସ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର ଅଦାଲତ ଠାରୁ ଲଣ୍ଡନରେ ରହୁଥିବା ବ୍ୟବସାୟୀ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ ୨୦୧୮ ବଳରେ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିବାକୁ ଅନୁରୋଧ କରିଥିଲା । ଏହି ଆଇନ ବଳରେ ଯଦି କୌଣସି ବ୍ୟକ୍ତି ପଳାତକ ଆର୍ଥିକ ଅପରାଧୀ ଘୋଷିତ କରି ଦିଆଯାଏ, ତାହେଲେ ତାଙ୍କ ଉପରେ ମୋକଦ୍ଦମା ପରିଚାଳନା କରିଥିବା ଏଜେନ୍ସିକୁ ସଂପତ୍ତି ଜବତ କରିବାର ଅଧିକାର ମିଳିଥାଏ ।

ଅନ୍ୟପକ୍ଷରେ ବିଜୟ ମାଲ୍ୟା ବୁଧବାର କହିଛନ୍ତି, ବ୍ରିଟେନରୁ ଭାରତ ଅଣାଯିବା ମାମଲାରେ ଆଇନ ନିଜ ବାଟରେ କାମ କରିବ କିନ୍ତୁ ମୁଁ ଲୋକଙ୍କ ଟଙ୍କା ୧୦୦ ପ୍ରତିଶତ ଫେରାଇବାକୁ ପ୍ରସ୍ତୁତ ଅଛି । ସେ କହିଛନ୍ତି, ଭାରତରେ ରାଜନୀତି କାରଣରୁ ଭାରତରେ ମୋପାଇଁ ନିଷ୍ପକ୍ଷ ଶୁଣାଣୀ ହେବ ନାହିଁ ।

By amfnews

Related Post