Tue. Dec 24th, 2024

ବ୍ରିଟେନରୁ ଭାରତକୁ ପ୍ରତ୍ୟାବର୍ତ୍ତନ ହେବ ରାଜସ୍ଥାନରୁ ଚୋରି ହୋଇଥିବା ଶିବ ମୂର୍ତ୍ତି

By amfnews Jul 30, 2020 #Featured
140 Views

ନୂଆଦିଲ୍ଲୀ, ଜୁଲାଇ ୩୦ : ରାଜସ୍ଥାନର ଏକ ମନ୍ଦିରରୁ ଚୋରି ହୋଇଥିବା ବହୁ ପ୍ରାଚୀନ ଓ ମୂଲ୍ୟବାନ ଶିବ ମୂର୍ତ୍ତି ବ୍ରିଟେନରୁ ପ୍ରତ୍ୟାବର୍ତ୍ତନ ହେବ । ଏହାକୁ ସୁରକ୍ଷିତ ଭାବେ ଭାରତକୁ ଅଣାଯିବ । ୪ ଫୁଟ ଉଚ୍ଚତାର ଏହି ମୂର୍ତ୍ତି ୯ମ ଶତାବ୍ଦୀରେ ନିର୍ମାଣ ହୋଇଥିଲା । ବର୍ଷ ୧୯୯୮ରେ ରାଜସ୍ଥାନର ବାରୋଲିର ଗଟେଶ୍ୱର ଶିବ ମନ୍ଦିରରୁ  ଏହି ମୂର୍ତ୍ତି ଚୋରି ହୋଇଥିଲା । ପରେ ଏହି ମୂର୍ତ୍ତି ବ୍ରିଟେନକୁ ଚାଲାଣ ହୋଇଥିଲା । ବ୍ରିଟିଶ କର୍ତ୍ତୃପକ୍ଷ ଓ ଭାରତୀୟ ଅଧିକାରୀଙ୍କ ଯୁଗ୍ମ ଉଦ୍ୟମ ଯୋଗୁଁ କିଣିଥିବା ଲୋକ ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୋଗଙ୍କୁ ୨୦୦୫ରେ ହସ୍ତାନ୍ତର କରିଥିଲେ ।

ସେହିଦିନ ଠାରୁ ଏହି ପ୍ରତିମୂର୍ତ୍ତି ଲଣ୍ଡନର ଇଣ୍ଡିଆ ହାଉସରେ ରହିଛି । ବର୍ଷ ୨୦୧୭ରେ ଆଇଏସଆଇ ଏହି ପ୍ରତିମୂର୍ତ୍ତିକୁ ଦେଖିଥିଲା । ଏଏସଆଇ ପକ୍ଷରୁ ସ୍ପଷ୍ଟ କରାଗଲା ଯେ, ଏହି ମୂର୍ତ୍ତି ରାଜସ୍ଥାନର ବାରୋଲିସ୍ଥିତ ଶିବ ମନ୍ଦିରରୁ ଚୋରି ହୋଇଛି । ଏବେ ଏହି ମୂର୍ତ୍ତିକୁ ନିଜର ମୂଳ ସ୍ଥାନକୁ ଫେରାଇ ଅଣାଯିବାକୁ ଉଦ୍ୟମ ହୋଇଛି ।

By amfnews

Related Post