Sun. Nov 24th, 2024

ବ୍ରାହ୍ମଣୀ ସେତୁ ନିର୍ମାଣକୁ ବସ୍ତିବାସୀଙ୍କ ବିରୋଧ

By amfnews Dec 25, 2018 #Featured
107 Views

ରାଉରକେଲା, ୨୫ା୧୨ : ରାଉରକେଲା ଓ ସୁନ୍ଦରଗଡ଼ର ଲାଇଫ ଲାଇନ୍ କୁହାଯାଉବା ବ୍ରାହ୍ମଣୀସେତୁ ଦୁର୍ବଳ ହେବାରେ ଲାଗିଛି । ଏହି ବ୍ରିଜ୍ର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟିହେବାରୁ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ଯାତାୟାତ କରୁଛନ୍ତି । ଅନ୍ୟପକ୍ଷରେ ବ୍ରିଜର ନର୍ମାଣ କାମକୁ ଦାଣ୍ଡିଆପାଲି ବସ୍ତିବାସୀ ପୁଣି ବିରୋଧ କରିଛନ୍ତି । ଫଳରେ ସୋମାବାର କାମ ବନ୍ଦ ହୋଇଯାଇଥିଲା । ଦାଣ୍ଡିଆପାଲି ଅଞ୍ଚଳରେ ନଦୀକୂଳ ପର୍ଯ୍ୟନ୍ତ ୪୦ଫୁଟର ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଗାଡ଼ି ଲାଗିଥିଲା ।

ରାସ୍ତା ହୋଇଥିଲେ ବ୍ରିଜ୍ ନିର୍ମାଣ ପାଇଁ ବିଭିନ୍ନ ମେଟେରିଆଲ ନଦୀକୂଳକୁ ପହଞ୍ôଚ ପାରିଥାନ୍ତା । ତେବେ ଜମିର କ୍ଷତିପୂରଣ ଦାବିରେ ବସ୍ତିବାସୀ ନିର୍ମାଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଏହିକାମ ଘଣ୍ଟାଘଣ୍ଟା ଧରି ବନ୍ଦ ରହିଥିଲା । ବ୍ରାହ୍ମଣୀତରଙ୍ଗ ପୁଲିସ୍ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲା । ବସ୍ତିବାସୀଙ୍କ କହିବା ଅନୁଯାୟୀ ଜମି ବାବଦକୁ ଉଚିତମୂଲ୍ୟ ମିଳିନି । ତେଣୁ ସେମାନେ ଜମି ଛାଡ଼ିବେ ନାହିଁ । ଅନ୍ୟପକ୍ଷରେ ସରକାରଙ୍କ ରେକର୍ଡ ଅନୁଯାୟୀ, ଦାଣ୍ଡିଆପାଲି ମୁଖ୍ୟରାସ୍ତାରୁ ନଦୀକୂଳ ପର୍ଯ୍ୟନ୍ତ ରାସ୍ତା ଯିବା ପାଇଁ ମାତ୍ର ୧୭ ଜଣଙ୍କ ଜମି ଆବଶ୍ୟକ ।

ନଦୀକୂଳରେ ଥିବା ଦାଣ୍ଡିଆପାଲିର ଅନ୍ୟ ୪ ଜଣ ଜମି ମାଲିକ ଉଚିତମୂଲ୍ୟ ନପାଇ ବସ୍ତିବାସୀଙ୍କ ସହ ମିଶି ବିରୋଧ କରିଛନ୍ତି । ଏନେଇ ଘଟଣାସ୍ଥଳରେ ଥିବା ପ୍ରଶାସନିକ ଅଧିକାରୀ ଆର୍କେ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆସନ୍ତା ୪ ତାରିଖରେ ସମସ୍ତ ଜମିମାଲିକଙ୍କୁ ଅଧିକ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯିବ ।

By amfnews

Related Post