Wed. Dec 25th, 2024

ବ୍ରହ୍ମପୁରରୁ ପୁଣି 11 କୁଇଣ୍ଟାଲ ଗଞ୍ଜେଇ ଜବତ, ନଡିଆ କତା ଭିତରେ ହେଉଥିଲା ଚାଲାଣ

By amfnews Jan 6, 2021 #Featured
181 Views

ଭୁବନେଶ୍ୱର, ଜାନୁଆରୀ 06 : ଗଞ୍ଜେଇ ଚୋରାଚାଲାଣର ନୂଆ ତରିକା  । ନଡିଆ କତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ   । ବ୍ରହ୍ମପୁର ଜଗନ୍ନାଥପୁର ଛକରୁ ପୁଣି 11 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇର ଅନୁମାନିକ ମୂଲ୍ୟ 55 ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା  । ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଥିବା ସୂଚନା ମିଳିଛି  ।

ଗଜପତି ଜିଲ୍ଲା ଅନ୍ତରା ଗାଁ ରୁ ଉତ୍ତରାଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିଲା।  ତିନୋଟି ଗାଡି ମାଧ୍ୟମରେ ଏହି ଚାଲାଣ ହେଉଥିଲା । ଗୋଟିଏ କାର, ଗୋଟିଏ ଟାଟା ଏସି ଏବଂ ଗୋଟିଏ ଟ୍ରକ ରେ ଗଞ୍ଜେଇ ଚାଲାଣ ହୋଉଥିଲା । ଟ୍ରକର ଚାରିପଟେ ନଡ଼ିଆ କତା ଦେଇ ମଝିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ଗଞ୍ଜେଇ ଚୋରାଚାଲାଣ ବେଳେ 3 ଜଣ ଙ୍କୁ ଅବକାରୀ ବିଭାଗ ଧରିଥିବା ସୂଚନା ମିଳିଛି । ତିନି ଜଣଙ୍କ ମଧ୍ୟରେ ଜଣେ ଗଜପତି, ଜଣେ ଉତରାଖଣ୍ଡ, ଜଣେ ଉତ୍ତରପ୍ରଦେଶର ବୋଲି ଜଣାପଡିଛି  ।

By amfnews

Related Post