Sun. Mar 8th, 2026

ବୋଲେରୋରେ ଯାଉଥିଲେ ଏସ୍‌ପି, ଓଲଟି ପଡ଼ିଲା ଗାଡ଼ି

177 Views

ସୋନପୁର : ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ସୁବର୍ଣ୍ଣପୁର ଏସ୍‌ପି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍‌ପି ବୋଲେରୋରେ ସୋନପୁର ଆସୁଥିଲେ। ଏହି ସମୟରେ  ସିଣ୍ଢୋଲ ଢାବାଠାରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଏସ୍‌ପିଙ୍କ  ସମେତ ତାଙ୍କ ଡ୍ରାଇଭର ଓ ଆଉ ଜଣେ ଆହତ ହୋଇଥିଲେ।

By amfnews

Related Post