Sat. Mar 7th, 2026

ବୈଦେଶିକ ମନ୍ତ୍ରାଳୟର ନିଷ୍ପତ୍ତି; ପାକିସ୍ତାନ ଉପର ଦେଇ ପ୍ରଧାନମନ୍ତ୍ରୀଙ୍କ ବିମାନ ଉଡ଼ିବ ନାହିଁ

217 Views

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ କିର୍ଗିଜସ୍ତାନର ବିଶକେକ ଯିବେ ନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ  ବିମାନକୁ ପାକ-ଆକାଶ ପଥ ଦେଇ ନେଇଯିବାର ବିଚାର କରାଯାଇଥିଲା, କିନ୍ତୁ ଏବେ ପାକିସ୍ତାନ ଦେଇ ନ ଯିବା ଲାଗି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି କରାଯାଇଛି।  ପ୍ରକାଶିତ ରିପୋର୍ଟ ଅନୁସାରେ,  ଓମାନ, ଇରାନ୍‌ ଓ ମଧ୍ୟଏସିଆ ଦେଶ ଦେଇ କିର୍ଗିଜସ୍ତାନର ବିଶକେକ ଯିବ ପ୍ରଧାନମନ୍ତ୍ରୀଙ୍କ ବିମାନ।

ତେବେ ଜୁନ୍‌ ୧୩-୧୪ରେ ହେବାକୁ ଥିବା ସଙ୍ଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କିର୍ଗିଜସ୍ତାନର ରାଜଧାନୀ ବିଶକେକ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଖବର ଥିଲା କି ଏହି ସମ୍ମିଳନୀରେ ଯୋଗ .ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ  ପାକିସ୍ତାନ ଏୟାରରୁଟ ବ୍ୟବହାର କରିବେ, ଏଥିଲାଗି  ଇମରାନ୍‌ ଖାନ୍‌ଙ୍କ ସରକାର ଅନୁମତି ଦେଇ ବି ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରାଯାଇଛି।

By amfnews

Related Post