Sun. Nov 24th, 2024

ବୋଲଗଡ଼ : ଅଙ୍ଗନବାଡ଼ି ଘର ଅଧପନ୍ତରିଆ, ତଳେ ବସି ଖାଉଛନ୍ତି ପିଲା

By amfnews Oct 27, 2019 #Featured
130 Views

ବୋଲଗଡ଼ : ମହିଳା ଓ ଶିଶୁମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଅଙ୍ଗନବାଡ଼ି କେନ୍ଦ୍ର ଘର ନଥିବାରୁ ଛୋଟଛୋଟ ପିଲାମାନେ ବଡ ଦୟନୀୟ ଅବସ୍ଥାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି।

ପ୍ରକାଶ ଯେ,ବୋଲଗଡ ବ୍ଲକରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ୧୯୯୮ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଅଛି। ବର୍ତ୍ତମାନ ୧୯ଟି ପଞ୍ଚାୟତରେ ୧୦ସେକ୍ଟର କରାଯାଇ ୨୨୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଅଛି। ସେଥି ମଧ୍ୟରୁ ୨୦ବର୍ଷ ମଧ୍ୟରେ ଏହି ବ୍ଲକରେ ମାତ୍ର ୨୧୪ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ଆହୁରି ୧୧୪ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଗୃହ ନଥିବା କେନ୍ଦ୍ରଗୁଡ଼ିକ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର ବାରଣ୍ତା, କୋଠଘର, ଭଡାଘରେ କାର୍ଯ୍ୟ କରୁଅଛି। ଯାହାଫଳରେ ବିଭିନ୍ନ ଟୀକାକରଣ, ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମ, ଛତୁଆ, ଅଣ୍ତା ବଣ୍ଟନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ବିଭିନ୍ନ ସଭା ସମିତି ଓ ସଚେତନତା ଶିବିର ଆୟୋଜନ କରିବାରେ ବହୁ ଅସୁବିଧା ହେଉଛି।

ନାଉପଡ଼ା ଓ ମକୁନ୍ଦପୁର ୨ଟି ରାଜସ୍ବ ଗ୍ରାମକୁ ନେଇ ନାଉପଡ଼ା ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏଥିରେ ୧୨ଜଣ ପିଲା ପ୍ରି ସ୍କୁଲରେ ନାମ ଲେଖାଇଛନ୍ତି। ୧୯୯୮ମସିହାରୁ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ଚାଲୁଥିବା ବେଳେ ୨୦୧୬–୧୭ମସିହାରେ ନୁତନ ଘର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ତିନିବର୍ଷ ମଧ୍ୟରେ କେବଳ ଛାତ ପତନ ହୋଇ ପଡି ରହିଛି। ଯାହାଫଳରେ ଏହି କେନ୍ଦ୍ର ନାଉପଡ଼ା ସ୍କୁଲ ବାରଣ୍ତାରେ ସକାଳୁ ୨ଘଣ୍ଟା ଚାଲୁଥିବାବେଳେ ପିଲାଏ ମଧ୍ୟାହ୍ନ ଭୋଜନ ବାହାରେ ମାଟିରେ ବସି ଅସ୍ବାସ୍ଥ୍ୟକର ପରିବେଶରେ ଖାଉଛନ୍ତି। ଏହିପରି ଭାବେ ଆହୁରି ବହୁ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନେ ଖାଉଥିବାର ନଜିର ରହିଛି। ଅଦ୍ୟାବଧି ଗୋବର୍ଦ୍ଧନପୁର–୧, ପାଇକସାହି, କଳାଙ୍ଗ–୧ ଏବଂ ୨ , ଅସରଳା, ବୃନ୍ଦାବନପୁର, ବୋରିକ ସମେତ ୧୫ରୁ ଊର୍ଦ୍ଧ୍ବ ଅଙ୍ଗନବାଡ଼ି କେନ୍ଦ୍ର ଅଧପନ୍ତରିଆ ହୋଇପଡ଼ିରହିଛି। ଚଳିତବର୍ଷ ଆହୁରି ନୁତନ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୪୮ଟି ଘର ମଞ୍ଜୁର ହୋଇଥିବାବେଳେ ସେଥି ମଧ୍ୟରୁ ୨୨ଟି କେନ୍ଦ୍ର ପାଇଁ ସ୍ଥାନ ନିରୁପଣ କରାଯାଇଅଛି। ଆହୁରି ଅନେକ ଘର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇନାହିଁ।

By amfnews

Related Post