Tue. Nov 5th, 2024

ବେଙ୍ଗାଲୁରୁ ହିଂସାରେ ୨ ମୃତ, ୬୦ ପୋଲିସ କର୍ମୀ ଆହତ, ଗିରଫ ହେଲେ ୧୧୦ ଜଣ

By amfnews Aug 12, 2020 #Featured
207 Views

ବେଙ୍ଗାଲୁରୁ, ଅଗଷ୍ଟ ୧୨  : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ତୀବ୍ର ହିଂସା ଦେଖିବାକୁ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତି କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତ୍ତିଙ୍କ ନିବାସରେ ଭଙ୍ଗାରୁଜା ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ବିଧାୟକଙ୍କ ଭଣଜାଙ୍କ କଥିତ ଉତ୍ତେଜିତ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏହି ହିଂସାକାଣ୍ଡ ହୋଇଛି । ଉପଦ୍ରବକାରୀମାନେ ବେଙ୍ଗାଲୁରୁ ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ପୋଲିସ ଥାନା ଅଂଚଳରେ ଉତ୍ତେଜନା ସୃଷ୍ଟି କରିଛନ୍ତି ।

ଉପଦ୍ରବକାରୀମାନେ ପୋଲିସ କର୍ମୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ କହିଛନ୍ତି, ୬୦ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଥିରେ ଅତିରିକ୍ତ ପୋଲିସ କମିଶନର ମଧ୍ୟ ଅଛନ୍ତି । ହଂଗାମାକୁ ନିୟନ୍ତ୍ରଣ କରିବାକୁ ଯାଇ ହୋଇଥିବା ଫାଇରିଂରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଜଣେ ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ବେଙ୍ଗାଲୁରୁରେ ୧୪୪ ଧାରା ଲାଗିଥିବା ପୋଲିସ କମିଶନର କହିଛନ୍ତି । ସେହିପରି ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ପୋଲିସ ଥାନା ଆଖପାଖା ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି ।

ସାମାଜିକ ଗଣମାଧ୍ୟମରେ ଉତ୍ତେଜନାପୂର୍ଣ୍ଣ ପୋଷ୍ଟକୁ ନେଇ ହିଂସାକାଣ୍ଡ ପରେ ଏପର୍ଯ୍ୟନ୍ତ ୧୧୦ ଜଣଙ୍କୁ ଗିରଫ କରାଯାଇଛି । ବେଙ୍ଗାଲୁରୁ ଯୁଗ୍ମ କମିଶନର ପୋଲିସ (ଅପରାଧ ଶାଖା) ସନ୍ଦୀପ ପାଟିଲ ଗଣମାଧ୍ୟମକୁ ଏହା କହିଛନ୍ତି ।

By amfnews

Related Post