Sun. Mar 8th, 2026

ବେକାର ବ୍ରାହ୍ମଣ ଯୁବକମାନଙ୍କ ମଧ୍ୟରେ ସୁଇଫ୍‌ଟ୍‌ ଡିଜାୟାର୍‌ କାର୍‌ ବଣ୍ଟନ କରିବେ ଆନ୍ଧ୍ରପ୍ରଦେଶ ସରକାର

213 Views

ହାଇଦ୍ରାବାଦ, ଜାନୁଆରୀ ୦୪  : ଆଗକୁ ନିର୍ବାଚନ ଥିବାରୁ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ୍‌ ନେତୃତ୍ୱାଧୀନ ସରକାର ରାଜ୍ୟରେ ନାନା ପ୍ରକାର ପ୍ରଲୋଭନକାରୀ ଜିନିଷ ବଣ୍ଟନ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ମାର୍ଟଫୋନ୍‌ ବଣ୍ଟନ ଯୋଜନା ଛଡ଼ା, ବେକାର ଯୁବ ବ୍ରାହ୍ମଣଙ୍କ ମଧ୍ୟରେ ସରକାର ସୁଇଫ୍‌ଟ୍‌ ଡିଜାୟାର୍‌ କାର୍‌ ବଣ୍ଟନ କରିବେ।ଚଳିବା ସୁବିଧା ନିମନ୍ତେ ୧୪ ନିୟୁତ ସ୍ମାର୍ଟଫୋନ୍‌ ବଣ୍ଟନ କରିବାକୁ ଆବଶ୍ୟକ କରୁଛି ରାଜ୍ୟ।

ଶୁକ୍ରବାର ଦିନ ଅମରାବତିସ୍ଥିତ କ୍ୟାମ୍ପ୍‌ ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ବେକାର ବ୍ରାହ୍ମଣ ଯୁବକଙ୍କ ମଧ୍ୟରେ ୩୦ଟି ସୁଇଫ୍‌ଟ୍‌ ଡିଜାୟାର୍‌ କାର୍‌ ବଣ୍ଟନ କରିବେ।

ହିତାଧିକାରୀମାନଙ୍କୁ ବ୍ରାହ୍ମିନ୍‌ େଓ୍ଵଲ୍‌ଫେୟାର୍‌ କର୍ପୋରେସନ୍‌ ସର୍ବାଧିକ ୨ ଲକ୍ଷ ଟଙ୍କା ରିଆତି ଦେବ। ହିତାଧିକାରୀ ଗାଡ଼ି ମୂଲ୍ୟର ୧୦% ବହନ କରିବେ ଏବଂ ବାକି ଅର୍ଥ ଆନ୍ଧ୍ର ପ୍ରଦେଶ ବ୍ରାହ୍ମିନ କୋପରେଟିଭ୍‌ କ୍ରେଡିଟ୍‌ ସୋସାଇଟି ମାସିକ କିସ୍ତିରେ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ କର୍ପୋରେସନ୍‌ ୫୦ଟି କାର୍‌ ଅନୁମୋଦନ କରିଛି।

By amfnews

Related Post