Sat. Mar 7th, 2026

ବେକରେ ଧୋତି ବାନ୍ଧି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

274 Views

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ମୁରିବାହାଲ ହାଟପଦା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବେକରେ ଧୋତି ବାନ୍ଧି ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଭାଗ୍ୟଶ୍ରୀ କୁମ୍ଭାର।

ମିଳିଥିବା ସୂଚନା ଅନୁସାରେ, ବେଲପଡ଼ା ଥାନା ଅନ୍ତର୍ଗତ ମୁଡାପଲା ଗାଁର ବାଳକୃଷ୍ଣ  କୁମ୍ଭାର ୨୦୧୬ ମସିହାରୁ ସ୍ତ୍ରୀ  ଏବଂ ଦୁଇ ପିଲାଙ୍କୁ ନେଇ ମୁରିବାହାଲରେ ଗାଁରେ ଭଡ଼ାରେ ରହି ଆସୁଥିଲେ। ସେ ରେଳ ବିଭାଗରେ କାମ କରନ୍ତି। ଗତକାଲି ବାଳକୃଷ୍ଣ ଅଫିସ ଗଲା ପରେ ତାଙ୍କ ସ୍ତ୍ରୀ ଘରେ ଥିବା ଶୌଚାଳୟରେ ବେକରେ ଧୋତି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ମୁରିବାହାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

By amfnews

Related Post