Sun. Mar 8th, 2026

ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜଙ୍ଗଲରୁ ଠାବ

174 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ଜମିଜମା ବିବାଦରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଦମ୍ପତ୍ତି ହେଲେ ବୁଦ୍ଧଦେବ ମହାକୁଡ ଓ ମାଳତୀ ଦେବୀ।

ଗତ ଶୁକ୍ରବାର ବୃଦ୍ଧ ଦମ୍ପତ୍ତି ସ୍ଥାନୀୟ ହାଟକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ଏନେଇ ତାଙ୍କ ପୁଅବୋହୂ ସେମାନଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନଥିଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ସନ୍ଧ୍ୟାରେ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଥିଲା। ଝୁମ୍ପୁରା ପୁଲିସ ଘଟଣାର ତଦନ୍ତ କରୁଛି।

By amfnews

Related Post