91 Views
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ରାହୁଲ ଗାନ୍ଧୀ ଆଜି ନିଜର ପାରମ୍ପରିକ ଆସନ ଅମେଥି ଯିବେ | ୨୦୧୯ ନିର୍ବାଚନରେ ଏଠାରୁ ସେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ହାରିଯାଇଥିଲେ | ତେବେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ ରାହୁଲ ଅମେଥି ଯିବେ | କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି ଅମେଥିର ଜନସାଧାରଣ ରାହୁଲଙ୍କୁ ଏତେ ଭଲପାଇବା ଦେଇଥିବା ଯୋଗୁଁ ତାଙ୍କୁ କୃତଜ୍ଞତା ଜଣାଇବାକୁ ରାହୁଲ ଅମେଥି ଯିବେ |
ତେବେ କେରଳର ବାୟନାଡ଼ ଆସନରୁ ସେ ଜିତିଥିଲେ | କଂଗ୍ରେସ ନେତା ଦୀପକ ସିଂ କହିଛନ୍ତି ଯେ ରାହୁଲଙ୍କ ପାଇଁ ଅମେଥି ପରିବାର ଭଳି ସ୍ୱତନ୍ତ୍ର ସ୍ଥାନ ରଖିଛି | ତେଣୁ ନିଜ ପରିବାର ସଦସ୍ୟଙ୍କୁ ଭେଟିବାକୁ ରାହୁଲ ଅମେଥି ଆସୁଛନ୍ତି |