Sun. Mar 8th, 2026

ବିହାରରେ ଏନସେଫାଲାଇଟିସ ଆତଙ୍କ, ଗଲାଣି ୬୭ ଶିଶୁଙ୍କ ଜୀବନ

235 Views

ପାଟନା : ବିହାରର ମୁଜାଫରନଗର ଜିଲ୍ଲାରେ ଆତଙ୍କ ଖେଳାଇଛି ଆକ୍ୟୁଟ୍ ଏନସେଫାଲାଇଟିସ ସିଣ୍ଡ୍ରୋମ୍ (ଏଇଏସ)। ଏହି ରୋଗରେ ଆକ୍ରାନ୍ତ ହୋଇ ଏଯାଏ ୬୭ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି।

ହାଇପୋଗ୍ଲାଇସିମିଆ ବା ରକ୍ତଚାପ ବହୁତ କମ୍ ରହିବାରୁ ଏପରି ମୃତ୍ୟୁ ହେଉଛି ବୋଲି ଡାକ୍ତରମାନେ କହିଛନ୍ତି। ଗତକାଲି ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେଜ୍ରିଓ୍ୱାଲ ହସ୍ପିଟାଲରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ଏବେ ବି ଶତାଧିକ ଛୋଟ ଛୁଆ ଏହି ରୋଗରେ ଆକ୍ରାନ୍ତ ହୋଇ ମୁଜାଫରନଗରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସମସ୍ତ ଆକ୍ରାନ୍ତଙ୍କ ବୟସ ୧୫ ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଛୋଟ ଛୁଆଙ୍କୁ ପ୍ରଥମେ ଜ୍ୱର ହେଉଛି ଓ ଏହାର ପ୍ରଭାବରେ ରୋଗୀ ପାଖରେ ମାନସିକ ଅସ୍ଥିରତା, କୋମା, ବିଚଳିତ ହେବା ଆଦି ଲକ୍ଷଣ ଦେଖିବାକୁ ମିଳିଛି।

By amfnews

Related Post