Fri. Mar 6th, 2026

ବିହାର ବିଧାନସଭା ନିର୍ବାଚନରେ ଉତ୍ପନ୍ନ ହୋଇଛି 160 ଟନ୍ ଜୈବ ଚିକିତ୍ସା ବା ମେଡିକାଲ ବର୍ଜ୍ୟବସ୍ତୁ

203 Views

ପାଟନା, ନଭେମ୍ବର ୧୬ : ମହାମାରୀ କରୋନା କାଳରେ ଚଳିତ ବର୍ଷ ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ପ୍ରାୟ 160 ଟନ୍ ଜୈବ ଚିକିତ୍ସା ବା ମେଡିକାଲ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଛି । ଲୋକମାନେ କରୋନାରୁ ସୁରକ୍ଷା ପାଇଁ ମାସ୍କ, ସାନିଟାଇଜର ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବହାର କରି ଆବର୍ଜନା ସୃଷ୍ଟି କରିଥିଲେ | ଭୋଟରଙ୍କୁ କରୋନାରୁ ରକ୍ଷା କରିବା ପାଇଁ ନିର୍ବାଚନ କର୍ମଚାରୀ ଏବଂ ସୁରକ୍ଷା ବାହିନୀ ଯତ୍ନବାନ ହୋଇଥିଲେ। ଏବଂ ଗୋଟିଏ ଥର ବ୍ୟବହାର ହେଉଥିବା ବା ୟୁଜ ଆଣ୍ଡ ଥ୍ରୋ ବ୍ୟବହାର ପାଇଁ ନିର୍ବାଚନ ଆୟୋଗ 18 ଲକ୍ଷ ମାସ୍କ ଏବଂ 5.4 ଲକ୍ଷ ରବର ଗ୍ଲୋଭସ୍ କିଣିଥିଲେ |

ଭୋଟରଙ୍କ ପାଇଁ ଇଭିଏମ୍ ବଟନ୍ ଦବାଇ ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ 7.21 କୋଟି ଗ୍ଲୋଭସ୍ ବ୍ୟବସ୍ଥା କରାଯାଇଥିଲା | କେବଳ ଏତିକି ନୁହେଁ, 29 ଲକ୍ଷ ସାନିଟାଇଜର ବୋତଲ ମଧ୍ୟ ବ୍ୟବସ୍ଥା କରାଯାଇଥିଲା | ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସମସ୍ତ ବୁଥକୁ ପରିମଳ କରାଯାଇଥିଲା। ଯେତେବେଳେ କି, ନିର୍ବାଚନ ଦିନ ବୁଥଗୁଡ଼ିକ ତିନିଥର ପରିମଳ କରାଯାଇଥିଲା ।

By amfnews

Related Post