Sat. Jan 25th, 2025

ବିହାର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ମତଦାନ ଆରମ୍ଭ

By amfnews Oct 28, 2020 #Featured
122 Views

ପାଟଣା, ଅକ୍ଟୋବର ୨୮ : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ମତଦାନ ଗ୍ରହଣ କରାଯାଉଛି । ମତଦାନ ହେଉଥିବା ଅଂଚଳରେ ସୋମବାର ଠାରୁ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି । ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ନିର୍ବାଚନରେ ଅବତୀର୍ଣ୍ଣ ସମସ୍ତ ପ୍ରାର୍ଥୀମାନେ ନିଜ ସ୍ତରରେ ପ୍ରସ୍ତୁତି ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କିଛି ଜଣାଶୁଣା ନେତାଙ୍କ ମଧ୍ୟରେ ଲଢ଼େଇ ହେଉଛି । ଏଥିରେ ମୋଟ ୮ ଜଣ ମନ୍ତ୍ରୀ ଅଛନ୍ତି । କିଛି ଭିଆଇପି ଆସନ ଅଛି, ଯେଉଁଠାରେ କି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ସେହିପରି କରୋନା କଟକଣା ମଧ୍ୟରେ ନିର୍ବାଚନ ହୋଇଥିବାରୁ ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ରକ୍ଷା କରିବା ଆଦି ଗୁରୁତ୍ୱ ଦିଆଯାଇଛି ।

ସଂକ୍ଷେପରେ ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ

-ରାଜ୍ୟର ୧୬ଟି ଜିଲ୍ଲାର ୭୧ଟି ଆସନରେ ମତଦାନ

-ନିର୍ବାଚନ ମୈଦାନରେ ୧ ହଜାର ୬୬ ଜଣ ପ୍ରାର୍ଥୀ

-୯୫୨ ଜଣ ପୁରୁଷ, ୧୧୪ ମହିଳା ପ୍ରାର୍ଥୀ

-ଏଡିଏ ଓ ମହାମେଣ୍ଟ ମଧ୍ୟରେ ମୁଖ୍ୟ ମୁକାବିଲା

-୨ କୋଟି ୧୪ ଲକ୍ଷ ମତଦାତା ସାମିଲ ହେବେ

-୧.୦୧ କୋଟି ମହିଳା ଓ ୫୯୯ କିନ୍ନର ମତଦାତା

-ପୋଲିଂ ବୁଥରେ କରୋନା ଗାଇଡଲାଇନକୁ ଗୁରୁତ୍ୱ

ତେବେ ପ୍ରଥମ ପର୍ଯ୍ୟାୟରେ ଦିନାର, ମୋକାମା, ଜମୁଇ, ଇମାନମଗଂଜ, ସାସାରାମ ଓ ବ୍ରହ୍ମପୁର ବିଧାନସଭା ଆସନରେ ମତଦାନ ହେଉଛି । ମତଦାନ ପୂର୍ବରୁ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ଆଜି ପ୍ରଥମ ପର୍ଯ୍ୟାୟର ମତଦାନ ଦିବସ । ବିହାରବାସୀଙ୍କ ଭଲ ଭବିଷ୍ୟତ, ଶିକ୍ଷା, ସ୍ୱାସ୍ଥ୍ୟ, ଚାକିରି, ବିକାଶ ଓ ନୂତନ ଯୁଗ ଗଠନ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଭୋଟକୁ ବ୍ୟବହାର କରନ୍ତୁ । 

By amfnews

Related Post