ନୂଆଦିଲ୍ଲୀ/ପାଟଣା, ଅକ୍ଟୋବର ୦୬ : ବିହାର ବିଧାନସଭା ନିର୍ବାଚନ-୨୦୨୦ରେ ଏନଡିଏର ଦଳ ଜେଡିୟୁ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ଆସନ ବୁଝାମଣା ନେଇ ଲଗାତାର ଅଙ୍କ କଷା ଚାଲିଥିବା ବେଳେ ସୋମବାର ଏହାର ଅନ୍ତ ଘଟିଛି । କିନ୍ତୁ ଔପଚାରିକ ଭାବେ ଆଜି ଏହା ଘୋଷଣା ହୋଇପାରେ । ସୂତ୍ର ଅନୁସାରେ ବିହାରର ରାଜଧାନୀ ପାଟଣାରେ ମଙ୍ଗଳବାର ମେଣ୍ଟର ଆସିନ ଓ ପ୍ରାର୍ଥୀଙ୍କ ଦଳୀୟ ଘୋଷଣା ହୋଇପାରେ । ସୂତ୍ର ଅନୁସାରେ ଜେଡିୟୁ ୧୨୨ଟି ଆସନରେ ନିର୍ବାଚନ ଲଢ଼ିବ । କିନ୍ତୁ ବାକି ୧୨୧ ଆସନରେ ବିଜେପି ଲଢ଼ିବ । ଜେଡିୟୁ ନିଜର ସିଟରେ ୫ ଆସନକୁ ଜୀତନ ରାମ ମାଝୀଙ୍କ ହିନ୍ଦୁସ୍ତାନ ଅୱମ ମୋର୍ଚ୍ଚାକୁ ଦେବ ।
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ବଲିଉଡର ସେଟ ଡିଜାଇନର ମୁକେଶ ନିଷାଦଙ୍କ ବିକାଶଶୀଳ ଇନ୍ସାନ ପାର୍ଟି (ଭିଆଇପି) ମହାମେଣ୍ଟରୁ ସଂପର୍କ ଛିଡ଼ାଇଛନ୍ତି । ବିଆଇପି ପାର୍ଟିର ଏନଡିଏରେ ସାମିଲ ହେବା ଘୋଷଣା ହୋଇପାରେ । କଂଗ୍ରେସ ମଧ୍ୟର ନିଜର ପ୍ରାର୍ଥୀ ଘୋଷଣା କରିପାରେ ।
ଅନ୍ୟପଟରେ ବିହାରରେ ଏନଡିଏରୁ ଅଲଗା ହେବା ପରେ ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନ ସୋମବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଲୋକଙ୍କୁ ନୀତିଶ କୁମାର ଜେଡିୟୁ ବିରୋଧରେ ମତଦାନ କରିବାକୁ ଅପିଲ କରିଛନ୍ତି । ଚିରାଗ ପାସୱାନ ଦାବି କରିଛନ୍ତି ଯେ, ବିଧାନସଭା ନିର୍ବାଚନ ପରେ ତାଙ୍କର ପାର୍ଟି ଓ ବିଜେପିର ମେଣ୍ଟ ରାଜ୍ୟରେ ସରକାର ଗଢ଼ିବ ।