Sat. Mar 7th, 2026

ବିହାର ନିର୍ବାଚନ ପାଇଁ ଆଜି ପ୍ରଚାର ଶୋଭାଯାତ୍ରାରେ ଯୋଗଦେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

298 Views

ବିହାର, ଅକ୍ଟୋବର ୨୦ : ଭାରତୀୟ ଜନତା ପାର୍ଟି ବିହାର ବିଧାନସଭା ନିର୍ବାଚନ ପାଇଁ କ୍ରମାଗତ ଭାବେ ପ୍ରଚାର ଶୋଭାଯାତ୍ରା କରୁଛି । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବିହାର ନିର୍ବାଚନ ପାଇଁ ରାଲି କରିବାକୁ ଯାଉଛନ୍ତି। ବିହାରର ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେବା ପାଇଁ ସିଏମ୍ ଯୋଗୀ ଆଦିତ୍ୟନାଥ ଛଅ ଦିନରେ 18 ଟି ରାଲି କରିବେ।

ଆଜିଠାରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ବାଚନ ରାଲି ଆରମ୍ଭ ହେବାକୁ ଯାଉଛି। କୈମୁରରୁ ସିଏମ ଯୋଗୀଙ୍କ ନିର୍ବାଚନ ରାଲି ଆରମ୍ଭ ହେବ। ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସାଧାରଣ ସଭା ଅକ୍ଟୋବର 20ରେ ସକାଳ 11 ଟାରୁ ରାମଗଡ ବିଧାନସଭାରେ ଅନୁଷ୍ଠିତ ହେବ।

ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟାହ୍ନ 12 ଟାରେ କୈମୁର ଜିଲ୍ଲାରୁ ଅରୱାଲ ଯିବେ। ଅପରାହ୍ନ 1ଟାରେ ଅରୱାଲ ବିଧାନସଭାରେ ଏକ ସାଧାରଣ ସଭା ହେବ। ଏହା ପରେ ଅପରାହ୍ନ 2 ଟାରେ ରୋହତସରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସାଧାରଣ ସଭା ଅନୁଷ୍ଠିତ ହେବ। ରୋହତସର କାରାକାଟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ସାଧାରଣ ସଭା ହେବ। ଅପରାହ୍ନ 4ଟାରେ ପାଟନା ବିମାନବନ୍ଦରରୁ ଲକ୍ଷ୍ନୌ ଅଭିମୁଖେ ଯିବେ ।  

By amfnews

Related Post