128 Views
ମୁମ୍ବାଇ : ପରବର୍ତ୍ତୀ ବିସିସିଆଇ ସଭାପତି ହେବାକୁ ଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲି ସ୍ୱୀକାର କରିଛନ୍ତି ଯେ କ୍ରିକେଟ୍ ଜଗତ୍ର ସବୁଠୁ ବଡ଼ ସଂସ୍ଥାନର ତତ୍ତ୍ୱାବଧାନ କରିବା ତାଙ୍କ ପାଇଁ ଗୋଟାଏ ଚାଲେଞ୍ଜ୍।
ଗଣମାଧ୍ୟମକୁ ସେ କହିଛନ୍ତି: ନିଯୁକ୍ତି ପାଇଁ ମୁଁ ଆନନ୍ଦିତ। ବିସିସିଆଇ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଥିବା ବେଳେ କିଛି କରିବା ନିମନ୍ତେ ଏଇଟା ମୋ ପାଇଁ ବଡ଼ ସୁଯୋଗ। ସେ ପୁଣି କହିଛନ୍ତି: ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ କିଂବା ଅନ୍ୟ ଯେମିତି ବି ନିର୍ବାଚିତ ହେଉ, ଦାୟିତ୍ୱ କିନ୍ତୁ, ଖୁବ୍ ବଡ଼। କାରଣ କ୍ରିକେଟ୍ ଜଗତରେ ଏଇଟା ସର୍ବବୃହତ୍ ସଂସ୍ଥାନ। ଭାରତ ଏକ ଶକ୍ତିର କେନ୍ଦ୍ର। ଏଇଟା ବଡ଼ ଚାଲେଞ୍ଜ୍।