Sat. Mar 7th, 2026

ବିଷାକ୍ତ ମଦ ପିଇ ଜଣେ ମୃତ ଓ ଦୁଇଜଣ ଗୁରୁତର

199 Views

ରାୟଗଡ଼ା:ରାୟଗଡ଼ାରେ ବିଷାକ୍ତ ମଦ ପିଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ବିଷାକ୍ତ ମଦ ଖାଇ ମୃତ ହୋଇଥିବା ବ୍ୟକ୍ତିଙ୍କ ନାମ ଧନ ଫୁଲ ହୁଇକା (୬୨) ସେ କଲ୍ୟାଣସିଂହପୁର ବ୍ଲକ ଡାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗାଁର ବୋଲି ଜଣାପଡ଼ିଛି। ସେହିପରି ବିଷାକ୍ତ ମଦ ପିଇ ଗୁରୁତର ହୋଇଥିବା ଦୁଇଜଣ ହେଲେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁଲୁମୁହିଁ ଗ୍ରାମର ବିଶ୍ୱନାଥ ବାନ୍ଧାଲାକା ଓ ବଳରାମ ବାନ୍ଧାଲାକା । ଦୁଇ ଗୁରୁତରଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମଦ ବିଭୀଷିକା ଲେଉଟିବା ନେଇ ଘଟଣାର ତଦନ୍ତ ପାଇଁ ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗାଁରେ ପହଞ୍ଚିଛନ୍ତି। ଧନ ଫୁଲ ହୁଇକାଙ୍କ ମୃତ୍ୟୁ ପରେ ପରିବାର ଲୋକ ଶବ ପୋଡି ଦେଇଥିବା ଜଣାପଡ଼ିଛି।

By amfnews

Related Post