145 Views
ରାଉରକେଲା : ଦେଓଗାଁ ଅଞ୍ଚଳରେ ଥିବା ମୁଣ୍ଡାବସ୍ତିରେ ଘରୋଇ କଳିକୁ ନେଇ ଜଣେ ମହିଳା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନାଯୋଗ୍ୟ, ମୁଣ୍ଡାବସ୍ତିରେ ଲଳିତା ମୁଣ୍ଡା (୩୬) ପରିବାର ସହ ରହନ୍ତି । ଗତକାଲି ରାତିରେ ତାଙ୍କ ଶାଶୁ ବିମଲା ମୁଣ୍ଡାଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ସେ ସ୍ୱାମୀ ଦିଲିପ ମୁଣ୍ଡାଙ୍କୁ ଅବଗତ କରାଇଥିଲେ ।
କିନ୍ତୁ ସ୍ୱାମୀ ଏହିକଥାରେ ମୁଣ୍ଡ ନଖେଳାଇବାରୁ ଲଳିତା ମାନସିକ ଭାରସାମ୍ୟ ହରାଇ ଘରେ ଥିବା ଏକ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଆରଜିଏଚ୍ରେ ଭର୍ତ୍ତି କରିଛନ୍ତି ।