Sat. Mar 7th, 2026

ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣହୁତି ଦେବାକୁ ଭୋଗରାଇରେ ପୁରୀ ଶଙ୍କରାଚାର୍ଯ୍ୟ

251 Views

ଜଳେଶ୍ୱର  : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଥାନାଛକସ୍ଥିତ ହେଲିପ୍ୟାଡ୍‌ ପଡ଼ିଆରେ ଭାରତ ଜାଗୃତି ମହାଯଜ୍ଞ ସମିତି ପକ୍ଷରୁ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣହୁତି ପ୍ରଦାନ କରିବାକୁ ରବିବାର ପୂର୍ବାହ୍ନରେ ପୁରୀ ଶଙ୍କରାଚାର୍ଯ୍ୟ ଜଗତ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଭୋଗରାଇରେ ପହଞ୍ଚିଛନ୍ତି।

ନନ୍ଦନକାନ ଏକ୍ସପ୍ରେସ୍‌ ଯୋଗେ ଆସି ଶଙ୍କରାଚାର୍ଯ୍ୟ ସକାଳ ୬: ୩୦ରେ ଜଳେଶ୍ୱର ରେଳବାଇ ଷ୍ଟେସନ୍‌ରେ ଓହ୍ଲାଇ ଥିଲେ। ସେଠାରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇ ଭୋଗରାଇକୁ ପାଛୋଟି ନିଆଯାଇଥିଲା।

By amfnews

Related Post