Sat. Mar 7th, 2026

ବିଶ୍ୱ ବନ୍ଧୁକଚାଳନା ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିଣିଲେ ସୌରଭ ଚୌଧୁରୀ

331 Views

ଚାଙ୍ଗ୍‌ଓନ୍‌ (ଦକ୍ଷିଣ କୋରିଆ),  :  ୨୦୧୮ ଏସିଆନ୍‌ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜୟୀ ସୌରଭ ଚୌଧୁରୀ ଆଜି ଦକ୍ଷିଣକୋରିଆ ଠାରେ ଚାଲିଥିବା ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଆକର୍ଷଣୀୟ ଳକ୍ଷ୍ୟଭେଦ ଦକ୍ଷତା ପ୍ରଦର୍ଶନ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। କନିଷ୍ଠ ବର୍ଗରେ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ସୌରଭ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ୧୬ ବର୍ଷିୟ ସୌରଭ ଫାଇନାଲରେ ତୃତୀୟ ଖେଳାଳି ଭାବେ ୫୮୧ ପଏଣ୍ଟ ସହିତ ପବେଶ କରିଥିଲେ। ମାତ୍ର ଫାଇନାଲରେ ସୌରଭ ଅସୀମ ଧର୍ଯ୍ୟ , ଓ ସଞ୍ଜମତା ସହିତ ଚମତ୍କାର ପ୍ରଦର୍ଶନ କରି ୨୪୫.୫ ପଏଣ୍ଟ ହାସଲ କରିବା ସହିତ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ସେହିପରି ଏହି ବର୍ଗରେ ଭାରତର ଅର୍ଜୁନ ସିଂହ ଚୀମା କାଂସ୍ୟ ପଦକ ଜିଣିଛନ୍ତି।

By amfnews

Related Post