Mon. Dec 23rd, 2024

ବିଶ୍ୱ ପର୍ଯ୍ୟଟନ ଦିବସରେ ଆରମ୍ଭ ହେଲା ଓଡ଼ିଶା ସଡ଼କ ପଥରେ କାର୍ଯ୍ୟକ୍ରମ

By amfnews Sep 27, 2020 #Featured
161 Views

ଭୁବନେଶ୍ୱର, ସେପ୍ଟେମ୍ବର ୨୭ : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ “ଓଡ଼ିଶା ସଡ଼କ ପଥରେ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଭୁବନେଶ୍ୱର ଇନଫୋସିଟି ଛକରୁ ଧଉଳି ପର୍ଯ୍ୟନ୍ତ ୨୫ କିଲୋମିଟର ରାସ୍ତାରେ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ନଅଟି ସୁପର ବାଇକ ଗ୍ରୁପର ୮୦ ଜଣ ସଦସ୍ୟ ସାମିଲ ହୋଇଥିଲେ । ପର୍ଯ୍ୟଟନ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଓ ଓଟିଡିସି ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ହୋଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତେବେ ‘ଓଡ଼ିଶା ସଡ଼କ ପଥରେ’ ରାଜ୍ୟର ରୋଡ୍ ନେଟୱର୍କକୁ ପର୍ଯ୍ୟଟକମାନେ ଉପଭୋଗ କରିପାରିବେ । ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ ‘ବଣଭୋଜି’ ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଅବସରରେ ଓଡ଼ିଶାର ବ୍ୟଂଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାର ପ୍ରସାର ପାଇଁ ‘ନିମନ୍ତ୍ରଣ’ ନାମରେ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ରେ ଆରମ୍ଭ ହେବାକୁ ଯାଉଛି । ଏହି ବର୍ଷର ଥିମ୍ ରହିଛି ‘ଗ୍ରାମ୍ୟ ପର୍ଯ୍ୟଟନର ପୁନଃ ଜାଗରଣ’ । ବର୍ତ୍ତମାନ ପରିସ୍ଥିତିରେ ଲୋକେ ବସ୍ କିମ୍ବା ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ପସନ୍ଦ କରୁନଥିବା ବେଳେ ବାଇ ରୋଡ଼ କିପରି ସହଜରେ ଯାତାୟତ କରିବେ ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

By amfnews

Related Post