135 Views
ନୂଆଦିଲ୍ଲୀ, ନଭେମ୍ବର ୨୬ : ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସଚେତନତା କୋର୍ସ ପଢ଼ାଯିବ । କେନ୍ଦ୍ର ସରକାର ସ୍କୁଲ ପାଠ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା କିପରି ପଢ଼ାଯାଇ ପାରିବ ସେ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ମଧ୍ୟ ଏହି କୋର୍ସ ରହିଛି । ଏହାର ବିସ୍ତୃତ ପାଠକ୍ରମ ଉଚ୍ଚଶିକ୍ଷା ଓ ଆଇଆଇଟିରେ ପଢ଼ାଯିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡିକରେ ବି କିପରି ସାଇବର ସୁରକ୍ଷା ସଚେତନ ସମ୍ପର୍କିତ ବିଷୟ ପଢ଼ାଯିବ ସେନେଇ ପଦକ୍ଷେପ ନେବାକୁ ସବୁ କୁଳପତିମାନଙ୍କୁ ୟୁଜିସି ସଚିବ ରଜନିଶ ଜୈନ ଚିଠି ଲେଖିଛନ୍ତି । ବିଶ୍ଵବିଦ୍ୟାଳୟଗୁଡିକ ନିଜ ଅନୁମୋଦିତ ଡିଗ୍ରୀ କଲେଜରେ ମଧ୍ୟ ଏହି ପାଠ୍ୟକ୍ରମ ଆରମ୍ଭ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ଅଛି ।