Fri. Dec 27th, 2024

ବିଶିଷ୍ଠ ସମାଜସେବୀ ଚିନ୍ତାମଣୀ ପଟ୍ଟନାୟକଙ୍କ ପରଲୋକ

By amfnews Jun 29, 2019 #Featured
197 Views

ନୟାଗଡ଼, ୨୯.୦୬.୧୯ : ନୟାଗଡ଼ ସବ୍ ଡ଼ିଭିଜନ୍ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମର ବିଶିଷ୍ଠ ସମାଜସେବୀ ଓ କ୍ରିଡ଼ାବିତ୍ ଚିନ୍ତାମଣୀ ପଟ୍ଟନାୟକଙ୍କର ଜୁନ୍ ୨୯ ତାରିଖ ସକାଳେ ନିଜ ଜନ୍ମସ୍ଥାନ ଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା । ସ୍ୱର୍ଗତ ପଟ୍ଟନାୟକଙ୍କ ପିତା ବାଞ୍ଛାନିଧି ପଟ୍ଟନାୟକ ନୟାଗଡ଼ ରାଜାଙ୍କ ଅଧିନରେ ଜଣେ ଜନପ୍ରିୟ ଓ ପରୋପକାରୀ ସର୍ବରାକାର ଭାବେ ଅଦୃତି ଲାଭ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଓଳସିଂହ ଗ୍ରାସ ସ୍ଥିତ ଦାସରଥି ଉଚ୍ଚ ଇଂରାଜି ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିଥିବା ଚିନ୍ତାମଣୀ ଜଣେ ଦକ୍ଷ ଖେଳାଳି ଭାବରେ ବେଶ୍ ସୁପରିଚିତ ଥିଲେ । ଜଣେ ପରୋପକାରୀ ଓ ବନ୍ଧୁ ଭତ୍ସଳ ବ୍ୟକ୍ତି ଭାବରେ ଚିନ୍ତାମଣୀ ବାବୁ ଆଦୃତ ହୋଇଥିଲେ । ମୃତ୍ୟୁ ସମୟକୁ ତାଙ୍କ ନିକଟରେ ଦୁଇ ପୁତ୍ର ନିରଞ୍ଜନ ଓ ମନୋରଞ୍ଜନ ଦୁଇ କନ୍ୟା ନାତି ନାତୁଣି ଓ ଜ୍ଞାତି ପରିବାରମାନେ ଉପସ୍ଥିତ ଥିଲେ । ଜନ୍ମ ସ୍ଥାନ କଲ୍ୟାଣପୁର ଠାରେ ତାଙ୍କର ଶବ ସତ୍କାର କରାଯାଇଥିଲା । ଜ୍ୟୋଷ୍ଠ ପୁତ୍ର ନିରଞ୍ଜନ ମୁଖାଗ୍ନୀ ଦେଇଥିଲେ ।

By amfnews

Related Post