Sun. Nov 24th, 2024

ବିଳମ୍ବିତ ରାତି କୋର୍ଟରେ ହାଜର ହେଲେ ଅର୍ଣ୍ଣବ ଗୋସ୍ୱାମୀ, ୧୮ ଯାଏଁ ହାଜତରେ ରହିବେ

By amfnews Nov 5, 2020 #Featured
124 Views

ମୁମ୍ବାଇ, ନଭେମ୍ବର ୦୫ : ଜଣେ ଇଣ୍ଟରିୟର ଡିଜାଇନର ଆତ୍ମହତ୍ୟା ଘଟଣାକୁ ହୋଇଥିବା ମାମଲାରେ ରିପ୍ଲବିକ ଟିଭିର ମୁଖ୍ୟସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଅଡୁଆ ବଢ଼ିଛି । ମୁମ୍ବାଇସ୍ଥିତ ଆଲିବାଗର ଏକ ଅଦାଲତ ଅର୍ଣ୍ଣବଙ୍କୁ ଆସନ୍ତା ନଭେମ୍ବର ୧୮ ତାରିଖ ଯାଏଁ ହାଜତରେ ରହିବାକୁ ପଠାଇଛନ୍ତି । କୋର୍ଟ ବୁଧବାର ବିଳମ୍ବିତ ରାତି ଏହି ରାୟ ଶୁଣାଇଛନ୍ତି । 

ଅନ୍ୟପକ୍ଷରେ ଅର୍ଣ୍ଣବ ଗୋସ୍ୱାମୀ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତଦନ୍ତ ଅଧିକାରୀଙ୍କୁ ଜବାବ ଦାଖଲ ପାଇଁ କହିଛନ୍ତି । ଅର୍ଣ୍ଣବଙ୍କ ଓକିଲ ଗୌରବ ପାରକର କହିଛନ୍ତି, ଆଲିବାଗର ଏକ ଅଦାଲତରେ ପୋଲିସ ଗୋସ୍ୱାମୀଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା । ଅର୍ଣ୍ଣବଙ୍କ ସହିତ ମାମଲାର ସହ ଅଭିଯୁକ୍ତ ଫିରୋଜ ଶେଖ ଓ ନୀତିଶ ଶାରଦାଙ୍କୁ ମଧ୍ୟ କୋର୍ଟ ୧୪ ଦିନିଆ ହାଜତରେ ରହିବାକୁ ପଠାଇଛି । 

ସୂଚନାଯୋଗ୍ୟ, ରାୟଗଡ଼ ପୋଲିସର ଏକ ଟିମ ଅର୍ଣ୍ଣବଙ୍କୁ ବୁଧବାର ସକାଳୁ ମୁମ୍ବାଇରେ ତାଙ୍କର ଘରୁ ଉଠାଇ ନେଇଥିଲେ । ପୋଲିସ ଭ୍ୟାନରେ ବସାଇବା ପରେ ଅର୍ଣ୍ଣବ ଦାବି କରିଥିଲେ ଯେ, ପୋଲିସ ତାଙ୍କୁ ମାଡ଼ମାରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ପୋଲିସ ଆଇପିସିର ୩୦୬ ଧାରା (ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା) ଓ ୩୪ ଧାରା ଅନୁସାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି । ଅର୍ଣ୍ଣବଙ୍କ ଓକିଲ ମଧ୍ୟ ପୋଲିସ ଉପରେ ମାଡ଼ମାରିଥିବା ଅଭିଯୋଗ ଆଣିଛନ୍ତି । 

By amfnews

Related Post