Fri. Mar 6th, 2026

ବିଲ୍‌ରେ ସ୍ୱାକ୍ଷର କରି ଆମେରିକା ଇତିହାସର ଦୀର୍ଘତମ ସରକାରୀ ଅଚଳାବସ୍ଥା ଶେଷ କଲେ ଟ୍ରମ୍ପ୍‌

312 Views

ଓ୍ଵାସିଂଟନ୍‌: ଶୁକ୍ରବାର ଦିନ ବିଲ୍‌ରେ ସ୍ୱାକ୍ଷର କରି ଆମେରିକା ଇତିହାସର ଦୀର୍ଘତମ ସରକାରୀ ଅଚଳାବସ୍ଥା ଶେଷ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌। ଦୀର୍ଘ ୩୬ ଦିନ ଧରି ଚାଲିଥିବା ଅଚଳାବସ୍ଥା ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିକୁଳ ଭାବେ ଖୁବ୍‌ ପ୍ରଭାବିତ ହେବାରୁ ପ୍ରାୟ ୮, ୦୦, ୦୦୦ ଫେଡେରାଲ୍‌ କର୍ମଚାରୀ ସାମୟିକ ଭାବେ କାର୍ଯ୍ୟରୁ ବହାର ହୋଇଥିଲେ।

ଯୁକ୍ତରାଷ୍ଟ୍ର ଆମେରିକା-ମେକ୍‌ସିକୋ ସୀମାନ୍ତରେ ଟ୍ରମ୍ପ୍‌ ପ୍ରାଚୀର ନିର୍ମାଣ କରାଇବାକୁ ୫. ୭ ବିଲିୟନ୍‌ ଡଲାର୍‌ ଅର୍ଥ ଆବଶ୍ୟକ କରୁଛନ୍ତି। ଏହି ପ୍ରାଚୀର ନିର୍ମାଣ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରି ରହୁଥିବା ଲୋକଙ୍କୁ ଅଟକା ଯାଇପାରିବ। ଏହି ପଦକ୍ଷେପ ଟିକସଦାତାଙ୍କ ଅର୍ଥ ନଷ୍ଟ କରିବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଡେମୋକ୍ରାଟ୍‌ମାନେ କହୁଛନ୍ତି।

ଗୁରୁବାର ଦିନ ରାଷ୍ଟ୍ରପତି କହିଥିଲେ କି, ସୀମାନ୍ତ ପ୍ରାଚୀର ନିମନ୍ତେ ‘ଡାଉନ୍‌ ପେମେଣ୍ଟ୍‌’ ଅନ୍ତର୍ଭୁକ୍ତ କରାଗଲେ ଯାଇ ସେ ବିଲ୍‌ରେ ସ୍ୱାକ୍ଷର କରିବେ।

ଗୁରୁବାର ଦିନ ଏଥି ନିମନ୍ତେ ହୋଇଥିବା ଭୋଟ୍‌ରେ ସିନେଟ୍‌ ପ୍ରଥମେ ଟ୍ରମ୍ପ୍‌ଙ୍କ ପ୍ରାଚୀର ନିର୍ମାଣ ଲାଗି ଅର୍ଥ ପ୍ରସ୍ତାବକୁ ଅବରୋଧ କରିଥିଲା। କିନ୍ତୁ, ପରେ ପୁଣି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଫେରିଥିଲେ ଓ ପ୍ରଚୀର ନିର୍ମାଣ ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ କରାଯାଇଥିଲା। କିନ୍ତୁ, ଏହି ବିଲ୍‌ର ଅଗ୍ରଗତି ନିମନ୍ତେ ଆବଶ୍ୟକ ୬୦ ଖଣ୍ଡ ଭୋଟ୍‌ କୌଣସି ପକ୍ଷକୁ ମିଳି ନ ଥିଲା। ତେଣୁ ରିପବ୍ଲିକାନ ସମର୍ଥୀତ ଟ୍ରମ୍ପ୍‌ଙ୍କ ପ୍ରାଚୀର ପ୍ରସ୍ତାବ ୫୦-୪୭ ଭୋଟ୍‌ରେ ବିଫଳ ହୋଇ ଯାଇଥିଲା।

By amfnews

Related Post