Fri. Mar 6th, 2026
441 Views

ବିରାଟଙ୍କ ଉଚ୍ଚ ସ୍ତରୀୟ ଖେଳ ପ୍ରଦର୍ଶନ ସହ ତାଙ୍କୁ ଆଲୋଚନାର ପାତ୍ର ସଜାଇଥାଏ ତାଙ୍କ ରାଗ। ଅନେକ ସମୟରେ ବିରାଟ କ୍ରୋଧରେ ଆସି ଅନେକ କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଆପଣଙ୍କର ମନେ ଥିବା ନିଶ୍ଚୟ ଯେ ଜଣେ ଭାରତୀୟ ଅନ୍ୟ ଦେଶର ଜଣେ ଖେଳାଳିଙ୍କ ପ୍ରଶଂସା କରିବାରୁ ରାଗରେ ଆସି ବିରାଟ ମନ୍ତବ୍ୟ ଦେଇଥିଲେ ଯେ ଦେଶ ଛାଡ଼ି ପଳାଅ ବୋଲି। ସେ ସମୟର ବିରାଟଙ୍କ ସେହି ମନ୍ତବ୍ୟ ତାଙ୍କୁ ବିବାଦ ଭିତରକୁ ଟାଣି ଆଣିଥିଲା।

ନିକଟରେ ବିରାଟଙ୍କୁ ନାପସନ୍ଦ କରିବା ପରି ଏକ ଟୁଇଟ୍‌ କରିଛନ୍ତି ବଲିଉଡ୍‌ କଳାକାର ନସ୍‌ରୁଦ୍ଦିନ ଶାହା। ସେ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ, ‘ ବିରାଟ କୋହଲି କେବଳ ବିଶ୍ୱଜ ଜଣେ ଭଲ ବ୍ୟାଟ୍‌ସମ୍ୟାନ ନୁହଁନ୍ତି। ବରଂ ସେ ବିଶ୍ୱର ସବୁଠାରୁ ଖରାପ ବ୍ୟବହାର ଦେଖାଉଥିବା ଖେଳାଳି। ତାଙ୍କର କ୍ରିକେଟ୍‌ ଦକ୍ଷତା ତାଙ୍କର ଅଂହକାର ଓ ଖରାପ ବ୍ୟବହାରର ପାଖାପାଖି। ଏବଂ ମୋତେ ଦେଶ ଛାଡ଼ି ଯିବାକର କୌଣସି ଆଗ୍ରହ ନାହିଁ।’

By amfnews

Related Post