Sun. Mar 8th, 2026

ବିମାନଯାତ୍ରୀଙ୍କଠାରୁ ନିମିତ ଭାବେ ଚୋରି କରୁଥିବା ଅଭିଯୁକ୍ତ ଗିରଫ

177 Views

କୋଲକାତା, ୨୦/୧୧: ସେ ଜଣେ ବିଚିତ୍ର ଚୋର। ସାଧାରଣ ଚୋରଙ୍କ ପରି ସେ ବସ୍‌ ଟ୍ରେନ୍‌ର ଯାତ୍ରୀମାନଙ୍କ ଠାରୁ ଚୋରି ନ କରି ସେ ଚୋରି କରୁଥିଲେ ବିମାନଯାତ୍ରୀମାନଙ୍କ ଠାରୁ। ଜଣେ ନିୟମିତ ବିମାନଯାତ୍ରୀ ପରି ସେ ଟିକେଟ୍‌ କରି ବିମାନବନ୍ଦରକୁ ଯାଉଥଲେ। ବିମାନବନ୍ଦର ଟର୍ମିନାଲର ଭିଡ଼ ଥିବା ଧାଡ଼ିରେ ଚେକ୍‌ ନଇନ ବା ବୋର୍ଡିଂ ପାଓ୍‌ ପାଇଁ ଠିଆ ହେଉଥିଲେ। ତା ପରେ କୌଶଳରେ ଧାଡ଼ିରେ ଥିବା ଯାତ୍ରୀଙ୍କ ଦାମି ଜିନିଷ ଚୋରି କରି ନିଜ ସାର୍ଟ ବଦଳାଇ ଦେଉଥିଲେ। କିିମ୍ବା ଅନ୍ୟ ବିମାନରେ ଯାତ୍ରା କରୁଥିଲେ।

ଏପରିକି ଆବଶ୍ୟକ ହେଲେ ସେ ଟିକେଟ କ୍ୟାନ୍‌ସଲ କରି ଟର୍ମିନାଲ ବାହାରକୁ ଚାଲିି ଆସୁଥିଲେ।ଏହିପରି ଜଣେ ଆଧୁନିକ ଚୋରଙ୍କୁ କୋଲକାତା ବିମାନବନ୍ଦରରୁ ଗିରଫ କରାଯାଇଛି। ସାଜିଦ୍‌ ହୁସେନ୍‌ ନାମକ ଏହି ୪୫ ବର୍ଷୀୟ ଯୁବକଙ୍କ ଘର ହେଉଛି ଝାଡ଼ଖଣ୍ଡର ମଧୁପୁର ଅଞ୍ଚଳରେ। ସେ ଗତ ରବିବର ଦିନ କୋଚି ଯାଉଥିବା ଜଣେ ବିମାନଯାତ୍ରୀଙ୍କ କାନଫୁଲ, ସୁନାଚେନ, ଓ ୩୫୦୦ ଟଙ୍କା ଥିବା ଏକ ମନିପର୍ସ ଚୋରି କରୁଥିବା ବେଳେ ବିମାନବନ୍ଦରର ସୁରକ୍ଷା କର୍ମୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି ହୁସେନ।ପଚରାଉଚର ବେଳେ କୋଲକାତା- ପାଟଣା ମଧ୍ୟର ବିମାନଯାତ୍ରା କରୁଥିବା ଯାତ୍ରୀମାନଙ୍କ ଠାରୁ ସେ ଗତ କିଛି ମାସ ହେବ ନିୟମିତଭାବେ ଚୋରି କରୁଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହୁସେନ୍‌ ଗତ ରବିବାର ଦିନ କୋଚି ଯାଉଥିବା ବିନୁ ଜ୍ୟାକବ ନାମକ ଜଣେ ଯାତ୍ରୀଙ୍କ ପର୍ସ ଚୋରି କରି ନେଇଥିଲେ। ଚୋରି କରିବା ପରେ ସେ ବାଥରୁମ୍‌ ଯାଇ ଅନ୍ୟ ଏକ ସାର୍ଟ ପିନ୍ଧି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଧରିଥିଲେ। ଯଦିଓ ପ୍ରଥମେ ସେ ଏ ଚୋରିକୁ ଅସ୍ୱୀକାର କରୁଥଲେ, ତେବେ କିଛି ସମୟ ପରେ ସେ ଚୋରି କରିଥିବା କଥାକୁ ସ୍ୱକାର କରିଥିଲେ। ପୁଲିସ କହିଛନ୍ତି ଯେ ଯେ ସେ ନିୟମିତ ଭାବେ ବିମାନଯାତ୍ରୀମାନଙ୍କ ଠାରୁ ସମାନ ଢ଼ଙ୍ଗରେ ଚୋରି କରୁଥଲେ।

By amfnews

Related Post