Wed. Mar 11th, 2026

ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ୍ ବିକ୍ରାନ୍ତରୁ ୪ ହାର୍ଡଡିସ୍କ ଚୋରି; ତଦନ୍ତ ଲାଗି ଗଠନ ହେଲା ସ୍ବତନ୍ତ୍ର ଟିମ୍

200 Views

କୋଚି : କେରଳର କୋଚି ସିପୟାର୍ଡରେ ଥିବା ପ୍ରଥମ ସ୍ୱଦେଶୀ  ବିମାନବାହୀ ଯୁଦ୍ଧଜାହାଜ ବିକ୍ରାନ୍ତରେ ଲାଗିଥିବା କମ୍ପୁଟରରୁ ୪ଟି ହାର୍ଡଡିସ୍କ ଚୋରି ହୋଇଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ, ନିର୍ମାଣାଧୀନ ଅବସ୍ଥାରେ ଥିବା ଆଇଏନଏସ୍ ବିକ୍ରାନ୍ତରେ ଖଞ୍ଜା ଯାଇଥିବା ୪ଟି କମ୍ପୁଟରକୁ ଭାଙ୍ଗି ସେଥିରୁ ୪ଟି ହାର୍ଡଡିସ୍କ କାଢ଼ି ନିଆଯାଇଛି।

ଦେଶର ଅନ୍ୟତମ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଉଥିବା କୋଚି ସିପୟ‌ାର୍ଡରୁ ଚୋରି ହେବା ଘଟଣାକୁ ସୁରକ୍ଷା ଦୃଷ୍ଟିରୁ ଏକ ବଡଧରଣର ତୃଟି ବୋଲି କୁହାଯାଉଛି । ୨୦୨୧ରେ ଭାରତୀୟ ନୌସେନାରେ ସାମିଲ୍ ହେବାକୁ ଯାଉଥିବା ଆଇଏନଏସ୍ ବିକ୍ରାନ୍ତର ନବୀକରଣ କରାଯାଇ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜା ଯାଉଛି।  ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆଇଏନଏସ୍ ବିକ୍ରାନ୍ତର ୪ ଟି ହାର୍ଡ ଡିସ୍କ, ରାଣ୍ଡମ୍ ଆକ୍ସେସ୍ ମେମୋରୀ (ରାମ୍) ଏବଂ ପ୍ରୋସେସର୍ ଚୋରି ହୋଇଯାଇଛି ।

କେରଳ ପୋଲିସ୍ ଡିଜି ଲୋକନାଥ ବେହେରାଙ୍କ କହିବାନୁସାରେ, ଏହି ମାମଲାର ଯାଞ୍ଚ୍ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । କୋଚି ସିପୟ‌ାର୍ଡରୁ ପକ୍ଷରୁ  ଏ ନେଇ ଅଭିଯୋଗ କରାଯାଇ କୁହାଯାଇଛି ଯେ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଯୁଦ୍ଧପୋତର ସମସ୍ତ ଡିଭାଇସ୍ ଥିଲା ।  ବର୍ତ୍ତମାନ ଏଭଳି ଏକ ମାମଲା ଆଇଏନଏସ୍ ବିକ୍ରାନ୍ତର ସୁରକ୍ଷାକୁ ନେଇ ବଡ ପ୍ରଶ୍ନ ଉଠାଇଛି ।

By amfnews

Related Post