Sat. Mar 7th, 2026

ବିମାନ ଯାତ୍ରା କାଳରେ ବ୍ୟାଗ୍‌ର ଓଜନ ସୀମା ପାର୍‌ ହୋଇଯିବାରୁ ଅତିରିକ୍ତ ଦେୟ ନ ଦେବାକୁ ମହିଳା ଆପଣାଇଲେ ଏହି ଉପାୟ, କର୍ତ୍ତୃପକ୍ଷ ଆବାକ୍‌

245 Views

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଅଧିକ ବ୍ୟାଗ୍‌ ନେବା କାରଣରୁ କେବେ ଅତିରିକ୍ତ ଦେୟ ଦେଇଛନ୍ତି? ଫିଲିଫାଇନ୍ସର ଜଣେ ମହିଳା ଅତିରିକ୍ତ ଦେୟ ନ ଦେବାକୁ ଯେଉଁ ଉପାୟ ଆପଣେଇଛନ୍ତି ତାହା ଜାଣିବା ପରେ ଆପଣ ନହସି ରହିପାରିବେ ନାହିଁ। ଅଧିକ ଓଜନର ବ୍ୟାଗ୍‌ ପାଇଁ ସିନା ଦେୟ ଦେବାକୁ ପଡ଼ିବ, ଓଜନ ବ୍ୟାଗ୍‌ରୁ କପଡ଼ା କାଢ଼ି ତାହାକୁ ପିନ୍ଧି ପକାଇଲେ କେମିତି ହେବ? ମହିଳା ଜଣକ ଅବିକଳ ଏହି ଉପାୟ ହିଁ ଆପଣେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛନ୍ତି।

ଜେଲ୍‌ ରୋଡ୍ରିଗୁଏଜ୍‌ ନାମ୍ନୀ ଏହି ମହିଳା ପ୍ୟାଣ୍ଟ୍‌ ଉପରେ ପ୍ୟାଣ୍ଟ୍‌ ପିନ୍ଧି ଫେସ୍‌ବୁକ୍‌ରେ ତାଙ୍କର ଫଟୋ ଅପ୍‌ଲୋଡ କରି କହିଛନ୍ତି, ‘ଯେତେବେଳେ ବିମାନ କର୍ତ୍ତୃପକ୍ଷ ମୋତେ କହିଲେ କି ମୋର ବ୍ୟାଗ୍‌ର ଓଜନ ସର୍ବାଧିକ ୭ କେଜି ସୀମାକୁ ଅତିକ୍ରମ କରି ୯ କେଜିରେ ପହଞ୍ଚିଛି ମୁଁ ବ୍ୟାଗ୍‌ରୁ କପଡ଼ା କାଢ଼ି ପିନ୍ଧି ପକାଇଲି, କିଛି ଅସୁବିଧା ନାହିଁ।’ ମହିଳାଙ୍କର ଏହି ପୋଷ୍ଟ୍‍ଟିକୁ ୩୧,୦୦୦ ଲାଇକ୍‌ ମିଳିସାରିଲାଣି।

ମହିଳାଙ୍କର ଏହି ନିଆରା ପୋଷାକ ଅବତାରକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ଅନେକ ଲୋକ ତାଙ୍କର ମଜାକ ଉଡ଼ାଉଛନ୍ତି। ମହିଳା କିଛି ପୋଷାକ କାଢ଼ି ପିନ୍ଧି ପକାଇବା ପରେ ତାଙ୍କ ବ୍ୟାଗ୍‌ର ଓଜନ ୬.୫ କିଲୋ ହୋଇଯାଇଥିବା ସୂଚନା ରହିଛି।

By amfnews

Related Post