Sat. Mar 7th, 2026

ବିମାନ ବନ୍ଦରରେ ଶସ୍ତାରେ ମିଳିବ ଚା, ଜଳଖିଆ

205 Views

ନୂଆଦିଲ୍ଲୀ  :   ଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ୯୦ରୁ ଅଧିକ ବିମାନ ବନ୍ଦରରେ ଚା’, ଜଳଖିଆ ଏବଂ ପାଣି ବୋତଲ ଆଦି ଖୁବ୍‌ଶୀଘ୍ର ଏମ୍‌ଆର୍‌ପିରେ ମିଳିବ। ବିମାନ ବନ୍ଦରର ଟର୍ମିନାଲ ଗୁଡ଼ିକରେ ଅତ୍ୟଧିକ ମୂଲ୍ୟରେ ଖାଦ୍ୟ ଏବଂ ପାନୀୟ ବିକ୍ରି ହେଉଥିବା ନେଇ ଯାତ୍ରୀମାନଙ୍କଠାରୁ ବହୁ ସଂଖ୍ୟକ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଘରୋଇ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ହେଉଥିବା ନୂଆଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ବିମାନ ବନ୍ଦରରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ ନାହିଁ। ଶସ୍ତାରେ ଖାଦ୍ୟ ଏବଂ ପାନୀୟ ଯୋଗାଇବା ଲାଗି ପୃଥକ୍‌ କାଉଣ୍ଟର ଖୋଲିବା ନିମନ୍ତେ ଗତମାସରେ ବିମାନ ବନ୍ଦରର ନିର୍ଦେଶକମାନଙ୍କ ନିକଟକୁ ନିର୍ଦେଶନାମା ପଠାଇ ଦିଆଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ନିଲାମ ଡକାଯିବ ବୋଲି କୁହାଯାଇଛି। ଫୁଡ୍‌ କୋର୍ଟ ପରିଚାଳନା କରୁଥିବା ସଂସ୍ଥାକୁ ଏଥିପାଇଁ ପୃଥକ କାଉଣ୍ଟର ଖୋଲିବା ଲାଗି କୁହାଯାଇଛି।

By amfnews

Related Post