Sun. Mar 8th, 2026

ବିମାନ ବନ୍ଦରରେ ପଡ଼ି ରହିଛି ୨୦୦କିଲୋ ସୁନା ଓ ୩୫୦୦କିଲୋ ରୁପା, ନେବାକୁ କେହି ଆସୁ ନାହାନ୍ତି

230 Views

ନୂଆଦିଲ୍ଲୀ: ଆୟକର ବିଭାଗ ଜୟପୁର ବିମାନ ବନ୍ଦରରୁ ପାଖାପାଖି ୨୦୦କିଲୋ ସୁନା ଓ ୩୫୦୦କିଲୋ ରୂପା ଜବତ କରିଛି। କୁହାଯାଉଛି କି, ୫୦କିଲୋ ଅଳଙ୍କାର ସମ୍ବନ୍ଧିତ କାଗଜ ନଥିବାରୁ ପୂରା ମାମଲା ଟି ଅଟକି ରହିଛି। ଏହି କାରଣରୁ ଚତୁର୍ଥ ଦିନ ବି ଅଳଙ୍କାରକୁ ନିଜର କନସାଇମେଣ୍ଟକୁ ନିଆଯାଇ ପାରିଲା ନାହିଁ। ଏହି ମାମଲାକୁ ନେଇ ଆୟକର ବିଭାଗ ଇନଭେଷ୍ଟିଗେସନ୍‌ ଉଇଙ୍ଗର ଅଧିକାରୀ ସୁନା ବ୍ୟବସାୟୀଙ୍କୁ କହିଛନ୍ତି କାଗଜ ଦେଖାନ୍ତୁ ଓ ଅଳଙ୍କାର ସବୁକୁ ନେଇ ଯାଆନ୍ତୁ। ଅନ୍ୟପକ୍ଷରେ ଅଫିସର ଅଳଙ୍କାର ଭେରିଫିକେସନ୍‌କୁ ଅନିବାର୍ଯ୍ୟ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇରେ ଏଗଜାମିନେସ୍‌ ପାଇଁ ଜୟପୁରରୁ ୧୫୦ କିଲୋ ସୁନାର ଅଳଙ୍କାର ପଠା ଯାଇଥିଲା। ଏହି ଅଳଙ୍କାର ମୁମ୍ବାରୁ ଫେରିବା ପରେ ତାହା ୨୦୦କିଲୋ ହୋଇଯାଇଛି। ଆୟକର ବିଭାଗର ଅଧିକାରୀ ଏହି ଅଳଙ୍କାର କାଗଜ ବି ଦାବି କରିଛନ୍ତି। ପାଖାପାଖି ୭୦ଜଣ ସୁନା ବ୍ୟବସାୟୀ ପାଖରେ ୫୦କିଲୋ ସୁନାର ପ୍ରମାଣ ପତ୍ର ନାହିଁ।
ଶୁଣିବାକୁ ମିଳୁଛି କି, ଏହି ଷ୍ଟକର ଅଧିକାଂଶ ଅଂଶ ବିମୁଦ୍ରାୟନ ସମୟରେ ପ୍ରସ୍ତୁତ କରାଯାଇଥିଲା। ଏହି ଘଟଣାକୁ ବିମୁଦ୍ରାୟନ ଦିଗରୁ ବି ଯାଞ୍ଚ କରାଯାଉଛି। ଆୟକର ବିଭାଗ ଏଯାବତ୍‌ ଅଳଙ୍କାରର ଆକଳନ କରି ନାହାନ୍ତି, କିନ୍ତୁ ଅନୁମାନ ଲଗାଯାଉଛି କି ଏହାର ମୂଲ୍ୟ ୧୦୦କୋଟି ପାଖାପାଖି ହେବ।

By amfnews

Related Post