Tue. Dec 24th, 2024

ବିମାନ ଦୁର୍ଘଟଣାରେ ଅବସରପ୍ରାପ୍ତ ବାୟୁସେନାର ପାଇଲଟ ଦୀପକ ସାଠେ ମୃତ

By amfnews Aug 8, 2020 #Featured
119 Views

ନୂଆଦିଲ୍ଲୀ, ଅଗଷ୍ଟ ୦୮ : କେରଳର କୋଝିକୋଡରେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରନୱେରେ ଖସିପଡ଼ିବାରୁ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ସମେତ ୧୭ ଜଙ୍କର ମୃତ୍ୟୁ ହୋଇଛି । ଏଥିରେ ଜଣେ ପାଇଲଟ ହେଉଛନ୍ତି ଦୀପକ ବସନ୍ତ ସାଠେ । ଏ୭୩୭ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯୋଗଦେବା ପୂର୍ବରୁ ଦୀପକ ଭାରତୀୟ ବାୟୁସେନାରେ ଲଢୁଆ ବିମାନରେ ପାଇଲଟ ଥିଲେ । ସେ ବାୟୁସେନାର ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର ଥିଲେ । ତାଙ୍କୁ ୧୯୮୧ ଜୁନ ୧୧ରେ ବାୟୁସେନାରେ କମିଶନ ମିଳିଥିଲା ଏବଂ ୨୨ ବର୍ଷ ସେବା ଦେବା ପରେ ୨୦୦୩ ଜୁନ ୩୦ରେ ଅବସର ନେଇଥିଲେ ।

ବାୟୁସେନାରେ ସେ ଏଆଇଏଫରେ ସ୍କ୍ୱାର୍ଡ ଅଫ ଅନର ଜିତିଥିଲେ ଏବଂ ଲଢୁଆ ବିମାନର ଚାଳକ ଥିଲେ । ଏୟାର ଇଣ୍ଡିଆ ଏକ୍ସପ୍ରେସ ୭୩୭କୁ ଆସିବା ପୂର୍ବରୁ ଦୀପକ ଏୟାର ଇଣ୍ଡିଆର ଏୟାରବସ ୩୧୦ ମଧ୍ୟ ଉଡାଇଥିଲେ । ଏହା ବ୍ୟତୀତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡର ଟେସଟ ପାଇଲଟ ମଧ୍ୟ ଥିଲେ ।

ଏହି ବିମାନରେ ମୋଟ ୧୯୧ ଜଣ ଯାତ୍ରୀ ଥିଲେ । ଏୟାରଲାଇନ ମୁଖପାତ୍ରଙ୍କ ଅନୁସାରେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ଲେନ କୋଝିକୋଡ ବିମାନବନ୍ଦରରେ ଖସିଯିବାରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଉଦ୍ଧାର ପାଇଁ ସିଆଇଏସଏଫ ଓ ଏନଡିଆରଏଫର ଯବାନମାନେ ପହଂଚିଥିଲେ ।

By amfnews

Related Post