Sat. Nov 23rd, 2024

ବିମାନ ଉଡାଣ ବେଳେ ଆସନ୍ନ ପ୍ରସବାଙ୍କର ଶିଶୁପୁତ୍ର ଜନ୍ମ, ଇଣ୍ଡିଗୋ ଏୟାରଲାଇନ ତରଫରୁ ମିଳିଲା ଉପହାର

By amfnews Oct 9, 2020 #Featured
190 Views

ନୂଆଦିଲ୍ଲୀ, ଅକ୍ଟୋବର ୦୮ : ନୂଆଦିଲ୍ଲୀରୁ ବେଙ୍ଗାଲୁର ଉଡାଣ କରୁଥିବା ଇଣ୍ଡିଗୋ ବିମାନରେ ଜଣେ ଆସନ୍ନ ପ୍ରସବା ନବଜାତ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି । ବିମାନ ନମ୍ବର 6E 122 ରେ ମହିଳାଙ୍କ ଯାତ୍ରା କରୁଥିଲେ । ବିମାନ ଉଡାଣ ସମୟରେ ମଝି ଆକାଶରେ ହଠାତ ଗର୍ଭବତୀଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ବିମାନର କ୍ରିଉ ମେମ୍ବର ତାଙ୍କର ସହାୟତା କରିଥିଲା ।

ବିମାନଟି ବୁଧବାର ଅପରାହ୍ଣ ୪.୪୦ରେ ଦିଲ୍ଲୀରେ ଉଡାଣ ଆରମ୍ଭ କରିଥିବା ବେଳେ ବେଙ୍ଗାଲୁରରେ ସନ୍ଧ୍ୟା ୭.୪୦ରେ ସମୟରେ ଅବତରଣ କରିଛି  । ଅବତରଣ ପରେ ନବଜାତକଙ୍କୁ ଦେଖିବାକୁ ସମସ୍ତ ସଦସ୍ୟ ଏକତ୍ରିତ ହୋଇଥିଲେ ଓ ତାଙ୍କୁ ସ୍ବାଗତ ଜଣାଇଥିଲେ  ।

ବିମାନରେ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେବାପରେ ଉଭୟ ନବଜାତକ ଓ ମହିଳାଙ୍କୁ ବିମାନ କର୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି । ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟ ସୁସ୍ଥ ଥିବା ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ନବଜାତକ ଜନ୍ମ ହେବା ଖୁସିରେ ବିମାନ କର୍ତ୍ତୃପକ୍ଷ ଶିଶୁକୁ ଲାଇଫ ଟାଇମ ଇଣ୍ଡିଗୋ ବିମାନରେ ଯାତ୍ରା କରିପାରିବ ନିମନ୍ତେ ଏକ ପାସ୍‌ ଯୋଗାଇ ଦେଇଛନ୍ତି ।

By amfnews

Related Post