Thu. Dec 26th, 2024

ବିଭିନ୍ନ ସମସ୍ୟା ନେଇ ବନ୍ଧମୁଣ୍ଡା ରେଲୱେ ଉପପ୍ରବନ୍ଧକଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ

rklsanchar@gmail.com' By J.N. Pradhan Jul 26, 2018 #Featured
299 Views

ରାଉରକେଲା : ଜିଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସମସ୍ୟା ନେଇ ବନ୍ଧମୁଣ୍ଡା ରଲେୱେ ଉପପ୍ରବନ୍ଧକ ସଚ୍ଚିନ୍ଦ୍ର କୁମାର ବର୍ମାଙ୍କୁ ସାକ୍ଷାତ କରି ବନ୍ଧମୁଣ୍ଡା ରେଲୱେ କଲୋନୀରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଚକ୍ରଧରପୁର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବନ୍ଧମୁଣ୍ଡା ରେଲୱେ ଉପପ୍ରବନ୍ଧକଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ବନ୍ଧମୁଣ୍ଡା ରେଲୱେ କଲୋନୀର ବିଭିନ୍ନ ରାସ୍ତାଘାଟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଥିବାରୁ ଏଗୁଡିକର ପ୍ରତିକାର ନିମନ୍ତେ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଉରକେଲା ରେଳବାଇ କଲୋନୀ ଠାରେ ଥିବା ଫୁଟ ଓଭରବ୍ରିଜ ରାସ୍ତା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାଉରକେଲା ରେଲୱେ  କଲୋନୀ ବାସିନ୍ଦାମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ତୁରନ୍ତ ପ୍ରତିକାର କରାଯିବାକୁ ପ୍ରତିନିଧି ମଣ୍ଡଳୀ ଦାବି କରିଛି । ରେଲେଓବ୍ୱ ଓଭରବ୍ରିଜ ଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ଆଲୋକର ବ୍ୟବସ୍ଥା ନାହିଁ ।

ଏହାଦ୍ୱାରା ରେଲୱେ କର୍ମଚାରୀ ଏବଂ ସାଧାରଣ ବାସିନ୍ଦାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଳବାଇ ଠିକାଦାରମାନଙ୍କ ଜରିଆରେ କାର୍ଯ୍ୟ କରୁଥିବା ବିଭିନ୍ନ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ଇଏସ୍ଆଇ ସୁବିଧା ନାହିଁ । ତେଣୁ ଏ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି । ବନ୍ଧମୁଣ୍ଡା ଡିଜେଲ ଚୌକ ଠାରୁ ଏ ସେକ୍ଟର ପର୍ଯ୍ୟନ୍ତ ଏଟିଏମ୍ ସୁବିଧା ନଥିବାରୁ ତୁରନ୍ତ ରେଲୱେ ଅଧିକାରୀ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରି ସମ୍ପୃକ୍ତ ଅଞ୍ଚଳରେ ଏଟିଏମ୍ ଖୋଲିବା ବ୍ୟବସ୍ଥା କରିବା ଓ ରାଉରକେଲାକୁ ସ୍ୱତନ୍ତ୍ର ରେଳ ଡିବିଜନ କରିବାକୁ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ସ୍ମାରକପତ୍ରରେ ଦାବି କରାଯାଇଛି ।

ରାଉରକେଲା ରେଲୱେ ଷ୍ଟେସନ ଠାରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥା କରିବା, ରୁଗ୍ଣ ରେଲୱେ ଘରଗୁଡିକୁ ପୂର୍ବତନ ବିଭାଗୀୟ କର୍ମଚାରୀମାନଙ୍କୁ ଲିଜ୍ ସୂତ୍ରରେ ପ୍ରଦାନ କରିବା, ଯାହାଦ୍ୱାରା ଘରଗୁଡିକର ରକ୍ଷଣାବେକ୍ଷଣ ସୁବିଧାରେ ହୋଇପାରିବ । ରାଞ୍ôଚ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଗରିବ ରଥକୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଓ ମୋର୍ଯ୍ୟ ଏକ୍ସପ୍ରେସକୁ ମଧ୍ୟ ରାଞ୍ôଚ ଠାରୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି ।

ଏହି ଆଲୋଚନାରେ ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଶଙ୍କର ଅଗ୍ରୱାଲ, ରଘୁ ଦାସ, ସର୍ବେସ ସିଂ, ଗାୟିତ୍ରୀ ଦେବୀ, ବୃନ୍ଦା ପ୍ରସାଦ, ସୁନୀଲ ସିଂ, ଏଚ୍.ଆର୍. ପାଣି, ଫିଲିପ ଟପ୍ପୋ, ରାଜେଶ ଯାଦବ, ରାଜେନ୍ଦ୍ର ଶର୍ମା, ଯୁବ ଆଇଏନ୍ଟିୟୁସି ସଭାପତି ଶାନ୍ତନୁ ସେଠୀ, ଗୌତମ ଲେଙ୍କା, ଯୁବ କଂଗ୍ରେସ ଉପସଭାପତି ପ୍ରଦୀପ ବେହେରା, ସନ୍ଦୀପନ ମହାପାତ୍ର, ରିତେଶ ଦେହୁରୀ, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ, ସୋମନାଥ ପଣ୍ଡା, ଏମ୍ଡି ଶାହାବୁଦ୍ଦିନ, ଭାସ୍କର ଖିଲାର, ଭାସ୍କର ନାଏକ, ମଝିଆ ପ୍ରଧାନ, ଧୁସା ନାଏକ, ବନମାଳୀ ବିଶୋୟୀ, ରବୀନ୍ଦ୍ର ଭଞ୍ଜ, ପ୍ରେମଲାଲ ନାଗ, ବାସୁ ବାନାର୍ଜୀ, ଇଜାଜ ଅକତର, ଏସ୍.କେ. ଫିରଦୋସ, ବିଜୁ ପୁରୋହିତ ଓ ଅନ୍ୟମାନେ ଭାଗ ନେଇଥିଲେ ।

Related Post