Tue. Nov 26th, 2024

ବିଭିନ୍ନ ଶିଳ୍ପାନୁଷ୍ଠାନରେ ସିଆଇଟିୟୁ ନେତୃତ୍ୱରେ ଶ୍ରମିକଙ୍କ ବୋନସ୍ ଚୁକ୍ତିନାମା ସ୍ୱାକ୍ଷରିତ

By amfnews Oct 24, 2018 #Featured
109 Views

ରାଉରକେଲା, ୨୩ା୧୦  : ସୁନ୍ଦରଗଡ ଜିଲାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ଦୁର୍ଗାପୂଜା ପୂର୍ବରୁ ଶ୍ରମିକମାନଙ୍କୁ ବାର୍ଷିକ ବୋନସ୍ ମିଳିଥାଏ । ଚଳିତ ବର୍ଷ ଜିଲାର ବିଭିନ୍ନ କଳକାରଖାନାରେ ସିଆଇଟିୟୁ ନେତୃତ୍ୱରେ ଶ୍ରମିକମାନଙ୍କ ପାଇଁ ଏକ ଐତିହାସିକ ବୋନସ ଚୁକ୍ତିନାମା କରାଯାଇଛି । ଖଣି ଅଞ୍ଚଳ ଯଥା କାଲ୍ଟା ଖଣି ଓ ରକ୍ସି ଲୋଡିଙ୍ଗ ସାଇଡିଂରେ ୧୮.୨୫ ପ୍ରତିଶତ ଭାବରେ ଶ୍ରମିକମାନେ ୬୯ ହଜାର ଟଙ୍କା ବୋନସ୍ ପାଇବେ ।

ବିମଳାଗଡ ଲୋଡିଂ ସାଇଡିଂରେ ୨୦ ପ୍ରତିଶତ, ରେଞ୍ଜଡା ଲୋଡିଂ ସାଇଡିଂରେ ୧୪.୫ ପ୍ରତିଶତ, ରୁଙ୍ଗଟା ମାଇନ୍ସରେ ୧୯ ପ୍ରତିଶତ, ଏସିଆଟିକ୍ ଅକ୍ସିଜେନରେ ୨୦ ପ୍ରତିଶତ ସର୍ବନିମ୍ନ ୩୩ ହଜାର ଓ ସର୍ବାଧିକ ୫୦ ହଜାର, ଶିବା ମିନେରାଲ ଏଣ୍ଡ କେମିକାଲସ୍ ଓ ଶିବା ରିଫ୍ରାକ୍ଟୋରି ଇଣ୍ଡିଆ ଲିଃରେ ୨୦ ପ୍ରତିଶତ ସହ ୩୩ ହଜାର ଟଙ୍କା,ଓସିଏଲ୍ ରିଫ୍ରାକ୍ଟୋରିରେ ୨୦ ପ୍ରତିଶତ, ସର୍ଭେସ ଆଲଏଜରେ ୧୫ ପ୍ରତିଶତ, ଆଖଣ୍ଡମଣି ସ ମିଲ୍ରେ ୨୦ ପ୍ରତିଶତ, ଇଷ୍ଟର୍ଣ୍ଣ ଇକ୍ୟୁପ୍ମେଣ୍ଟରେ ୧୫ ପ୍ରତିଶତ, ଗୋ ମନ୍ଦିର ସେବା ଟ୍ରଷ୍ଟରେ ୨୦ ପ୍ରତିଶତ, ଆର୍ବି ଅଗ୍ରୱାଲରେ ୧୫ ପ୍ରତିଶତ, ଏଲ୍ଏଣ୍ଡଟି ପ୍ରୋଜେକ୍ଟ ସାଇଟରେ ୧୧ ପ୍ରତିଶତ, ଇଣ୍ଟର ନ୍ୟାସନାଲରେ ୧୬ ପ୍ରତିଶତ, ଓସିଏଲ୍ ପାୱାର ଆଣ୍ଡ ଷ୍ଟିଲ୍ରେ ୨୦ ପ୍ରତିଶତ ସହିତ ୨୧୦୦ ଟଙ୍କା, ସେଲ୍ ଷ୍ଟକୟାର୍ଡରେ ୧୬.୫ ପ୍ରତିଶତ ସହ ୨୦୦ ଟଙ୍କା, ଜୟ ଆଇରନ ଏଣ୍ଡ ଷ୍ଟିଲ୍ରେ ୧୦ ପ୍ରତିଶତ ସହ ୩ ହଜାର ଟଙ୍କା, ଗଜଲକ୍ଷ୍ମୀ ଆଇରନ ୱାର୍କର୍ସରେ ୧୧ ପ୍ରତିଶତ, ସୀତା ସ୍ପଞ୍ଜରେ ୯.୩୩ ପ୍ରତିଶତ, ଶ୍ରୀ ଲିଙ୍ଗରାଜ ଫିଡସରେ ୧୩ ପ୍ରତିଶତ ହୋଇଥିବା ବେଳେ କିଛି କାରଖାନାମାନଙ୍କରେ ଶ୍ରମିକଙ୍କ ବୋନସ ନେଇ ଆଲୋଚନା ସିଆଇଟିୟୁ ନେତୃତ୍ୱରେ ବଳବତ୍ତର ରହିଛି ।

ସରକାର ବୋନସ ଉପରୁ ସିଲିଙ୍ଗ ବ୍ୟବସ୍ଥାକୁ ହଟାଇବାକୁ ସିଆଇଟିୟୁ ଦାବି କରିଛି । ସିଲିଙ୍ଗ ପ୍ରତ୍ୟାହାର କରାଗଲେ ଶ୍ରମିକମାନେ ଆହୁରି ଅଧିକ ବୋନସ୍ ପାଇପାରିବେ । ବିଭିନ୍ନ କଳକାରଖାନାରେ ଶାନ୍ତି ଶୃଙ୍ଖଳାର ସହ ବୋନସ୍ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା କାରଖାନା କର୍ତ୍ତୃପକ୍ଷ, ଖଣି କର୍ତ୍ତୃପକ୍ଷଙ୍କୁ ସିଆଇଟିୟୁ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

By amfnews

Related Post