Wed. Mar 11th, 2026

ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ

140 Views

ବଲାଙ୍ଗିର : ବିଭିନ୍ନ ଦାବି ନେଇ ଵଲାଙ୍ଗିର ଆକ୍ସନ କମିଟି ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବଲାଙ୍ଗିର ବନ୍ଦ ଡାକରା ଦେଇଛି। ଫଳରେ ଆଜି ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ , ବୀମା ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ଆକ୍ସନ କମିଟି ନିଷ୍ପତ୍ତି ନେଇଛି। ହେଲେ ଦୋକାନ ବଜାର, ସ୍କୁଲ,କଲେଜ ଓ ଗାଡି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି। ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି।

ବଲାଙ୍ଗିରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଶୀଘ୍ର ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏ ପାସ୍‌ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ଵଲାଙ୍ଗିର ଆକ୍ସନ କମିଟି ଆନ୍ଦୋଳନକୁ ଓହ୍ଲାଇଛି।

By amfnews

Related Post