Wed. May 28th, 2025

ବିବାହିତ ମହିଳାଙ୍କୁ ଜାଳି ପୋଡ଼ିଦେବା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

By amfnews Jan 16, 2019 #Featured
264 Views

ଡୁଙ୍ଗୁରିପାଲି: ବିବାହିତ ମହିଳାଙ୍କୁ ଜାଳି ପୋଡ଼ିଦେବା ଘଟଣାରେ ସ୍ଥାନୀୟ ଲୋକେ ବୁଧବାର ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ ଦାବି କରି ଜାତୀୟ ରାଜପଥ ୨୬ ନମ୍ବର ଅବରୋଧ କରିଛନ୍ତି। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚିନାଜୁରି ପଂଚାୟତ ଖୁଣ୍ଟାପାଲିରେ ଜଣେ ବିବାହିତ ମହିଳାଙ୍କୁ ଜାଳି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଜଳନ୍ଧର ମେହେର ନିଜର ସ୍ତ୍ରୀ ବାସନ୍ତୀ ମେହେର (୩୭)ଙ୍କୁ ଆଜି ପୋଡ଼ି ଦେଇଥିବା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି। ବାସନ୍ତୀର ଏକ ୩ ବର୍ଷୀୟ ଝିଅ ଅଛି।

ଅଭିଯୁକ୍ତ ସ୍ୱାମୀଙ୍କ ଘର ସମ୍ମୁଖରେ ପ୍ରାୟ ୬ ଜଣ ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସେମାନେ ଜଳନ୍ଧରଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିବା ବେଳେ ଘଟଣା ତଦନ୍ତ କରୁଛି।

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ବାସନ୍ତୀ ୪ ବର୍ଷ ତଳେ ଜଳନ୍ଧରଙ୍କୁ ବିବାହ କରିଥିଲା। ବିବାହର କିଛି ଦିନ ପରେ ବାସନ୍ତୀକୁ ଶାଶୂ ଘର ଲୋକେ ଶାରୀରିକ ଓ ମାନସିକ ରୂପେ ନିର୍ଯାତନା ଦେଇ ଆସୁଥିବା ବାସନ୍ତୀଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି।

By amfnews

Related Post