Sun. Mar 8th, 2026

ବିବାହ ମଣ୍ଡପରେ ବିସ୍ଫୋରଣ: ୪୦ ମୃତ, ୧୦୦ରୁ ଅଧିକ ଆହତ

195 Views

କାବୁଲ୍‌  :  ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଏକ ବାହାଘର ଚାଲିଥିବା ବେଳେ ବିସ୍ଫୋରଣ ଘଟିବାରୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଶନିବାର ବିଳମ୍ବିତ ରାତିରେ ଏ ବିସ୍ଫୋରଣ ହୋଇଥିଲା। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ବୋଲି ଆଫ୍‌ଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି।

weddinghallସୂଚନା ଅନୁଯାୟୀ, ବିସ୍ଫୋରଣ ବେଳେ ବାହାଘର ମଣ୍ଡପରେ ବହୁତ ଭିଡ଼ ଥିଲା। ସଙ୍ଗୀତ ପରିବେଷଣ ପାଇଁ କରାଯାଇଥିବା ଷ୍ଟେଜ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲୋକେ ଭୟରେ ଏଣେ ତେଣେ ଦୌଡ଼ି ପଳାଇ ଥିଲେ। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

ଆଫ୍‌ଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଶାହର-ଇ-ଦୁବାଇ ନାମକ ଏକ ମଣ୍ଡପରେ ଏହି ବିସ୍ଫୋରଣ ହୋଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ୧୦ ଦିନ ତଳେ ମଧ୍ୟ କାବୁଲ୍‌ରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ୯୫ ଜଣ ଆହତ ହୋଇଥିଲେ। ଏକ କାରରେ ଏହି ବିସ୍ଫୋରଣ କରାଯାଇଥିଲା।

By amfnews

Related Post