Thu. Jun 5th, 2025

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଗିରଫ

By amfnews Jan 16, 2019 #Featured
312 Views

ବଡ଼ବିଲ, ଜାନୁଆରୀ ୧୬ :  ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଲେ। ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କଲେ। ନାବାଳିକା ଏବେ ୪ ମାସର ଗର୍ଭବତୀ ଥିବା ବେଳେ ପ୍ରେମିକ ତାଙ୍କ ସହ ପ୍ରତାରଣା କରିଛି। ଏନେଇ ନାବାଳିକାଙ୍କ ପରିବାର ଲୋକେ ବଡ଼ବିଲ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ମୁଣ୍ଡାନାଳର ବିଜୟ କାଳନ୍ଦୀ (୨୪)।
ବଡ଼ବିଲ ଥାନା ଏସ୍‌ଆଇ ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁସାରେ, ବିଜୟ ଜଣେ ସ୍ଥାନୀୟ ଅଞ୍ଚଳର ୧୬ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇ ଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଗତ ୩ ବର୍ଷ ଧରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ନାବାଳିକ ଏବେ ୪ ମାସର ଗର୍ଭବତୀ ଥିବା ଜଣାଯାଇଛି। ବିଜୟ ନାବାଳିକାଙ୍କୁ ବିବାହ କରିବାକୁ ମନା କରିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ କେସ୍‌ ନମ୍ବର ୯/୧୯ରେ ଏକ ମାମଲା ରୁଜୁ କରିଛି। ନାବାଳିକାର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାଯାଇଛି।

By amfnews

Related Post