161 Views
ବଲିଉଡ୍ରେ ବ୍ରେକ୍ଅପ୍ ଏବଂ ପ୍ୟାଚ୍ଅପ୍ ଲାଗି ରହିଥାଏ । ପ୍ରତିଦିନ କଳାକାରମାନଙ୍କର ପ୍ରେମ ସଂପର୍କ ବିଷୟରେ ଚର୍ଚ୍ଚା ହେଉଥିବା ବେଳେ ସେମାନେ ପରସ୍ପରଠାରୁ ଅଲଗା ହେଉଥିବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥାଏ । ବିଗତ ଅତୀତରେ ଏମିତି ଅନେକ ଘଟଣା ଘଟିଛି । ଏମିତି ମଧ୍ୟ କିଛି କଳାକାର ଅଛନ୍ତି, ଯେଉଁମାନେ ବିବାହ କରି ସାରିବା ପରେ ମଧ୍ୟ ଅନ୍ୟ ଅଭିନେତ୍ରୀମାନଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । କିନ୍ତୁ ସ୍ୱାମୀଙ୍କ ଏଭଳି କାମ ବିଷୟରେ ଜାଣି ମଧ୍ୟ ସେମାନଙ୍କ ପତ୍ନୀ ସେମାନଙ୍କୁ କ୍ଷମା କରିବା ସହ ଦ୍ୱିତୀୟ ସୁଯୋଗ ଦେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଜି ଆମେ ସେ ସବୁ ଅଭିନେତାଙ୍କ ବିଷୟରେ ଜଣାଇବୁ ଯେଉଁମାନେ ବିବାହ କରିବା ପରେ ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ।
୧.ଏହି ସୂଚୀରେ ପ୍ରଥମେ ଆସନ୍ତି କପୁର ପରିବାରର ପ୍ରଥମ ସୁପରଷ୍ଟାର ରାଜ କପୁର । ସେ ବିବାହ ପରେ ମଧ୍ୟ ନର୍ଗୀସ୍ ଏବଂ ବୈଜୟନ୍ତୀମାଲାଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । କିନ୍ତୁ ସବୁ ଜାଣିବା ପରେ କୃଷ୍ଣା କପୁର ରାଜ କପୁର ବୁଝାଇବା ସହ ବାଟକୁ ଆଣିଥିଲେ ଏବଂ ତାଙ୍କୁ କ୍ଷମା କରିଥିଲେ ।
୨.ଏବେ ସବୁ ପ୍ରେମୀ ଯୁଗଳ ସୁପରଷ୍ଟାର ଦିଲୀପ କୁମାର ଏବଂ ସାୟରା ବାନୋଙ୍କ ପ୍ରେମର ଉଦାହରଣ ଦେଉଥିବା ବେଳେ ଦିଲୀପ ସାୟରାଙ୍କୁ ବିବାହ କରିବା ପରେ ମଧ୍ୟ ମଧୁବାଲାଙ୍କୁ ଭୁଲି ପାରି ନଥିଲେ । ବିବାହ ପରେ ସେ ତାଙ୍କୁ ଦେଖା କରିବା ସହ ତାଙ୍କ ସହ ସମୟ କଟାଉଥିଲେ । କିନ୍ତୁ ସବୁ ଜାଣିବା ପରେ ସାୟରା ତାଙ୍କୁ ସୁଧୁରିବା ପାଇଁ ଗୋଟେ ସୁଯୋଗ ଦେଇଥିଲେ । ଫଳରେ ଆଜି ପର୍ଯ୍ୟନ୍ତ ଦୁହେଁ ସାଥିରେ ଅଛନ୍ତି ।