Sun. Mar 8th, 2026

ବିବାହ କରିବେ ଅଜୟ ଦେବଗନଙ୍କ ଏହି ନାୟିକା !

385 Views

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବିପକ୍ଷରେ ଫିଲ୍ମ ‘ଶିବାୟ’ରେ ନାୟିକା ଭୂମିକା ନିଭାଇଥିବା ସାୟେଶା ସେହଗଲ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଆର୍ଯ୍ୟାଙ୍କୁ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ,ସାୟେଶା ହେଉଛନ୍ତି ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର ଓ ପ୍ରଖ୍ୟାତ ଅଭିନେତ୍ରୀ ସାୟାରା ବାନୋଙ୍କ ନାତୁଣୀ।

ସାୟେଶା ଓ ଆର୍ଯ୍ୟା ଦକ୍ଷିଣ ଭାରତୀୟ ସିନେମା ‘ଗଜନୀକାନ୍ତ’ରେ କାମ କରିଥିଲେ। ସେହି ପିଲ୍ମର ସୁଟିଂ ସେଟ୍‌ରେ ଦୁହେଁ ପ୍ରେମରେ ପଡ଼ିଥିଲେ। ଆର୍ଯ୍ୟାଙ୍କ ବୟସ ଏବେ ୩୮ ବର୍ଷ,କିନ୍ତୁ ସାୟେଶାଙ୍କ ୨୧ ବର୍ଷ। ଅର୍ଥାତ୍‌ ସାୟେଶା ନିଜଠାରୁ ୧୭ ବର୍ଷ ବଡ଼ ଜଣେ ଲୋକଙ୍କୁ ବିବାହ କରୁଛନ୍ତି। ତେବେ ଏହି ବିବାହ ଉଭୟ ପରିବାରର ସହମତିରେ ଅନୁଷ୍ଠିତ ହେଉଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆର୍ଯ୍ୟା ଓ ସାୟେଶାଙ୍କର ବାହାଘର ହାଇଦ୍ରାବାଦରେ ମାର୍ଚ୍ଚ ୯ ବା ୧୦ ତାରିଖରେ ଅନୁଷ୍ଠିତ ହେବ। ବିବାହ ପରେ ସେମାନେ ଚେନ୍ନାଇରେ ରିସେପସନ୍‌ ପାର୍ଟି ଦେବେ। ସାୟେଶା ଓ ଆର୍ଯ୍ୟା ଏବେ ସୂର୍ଯ୍ୟା-କେ ଭି ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କପ୍ପନ୍‌’ରେ ଏକାଠି କାମ କରୁଛନ୍ତି।

By amfnews

Related Post