Sun. Mar 8th, 2026

ବିଧାୟକଙ୍କ ଟିଟୋ ଲିଙ୍କ୍‌ ପ୍ରସଙ୍ଗ: ମୁହଁ ଖୋଲିଲା ବଡ଼ଚଣା ବିଜେଡି

198 Views

ଚଣ୍ଡିଖୋଲ :ଗ୍ୟାଙ୍ଗଷ୍ଟର୍‌ ଟିଟୋ ସହ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସଂପର୍କ ଥିବା ନେଇ କଂଗ୍ରେସ ଅଭିଯୋଗ ପରେ ବଡ଼ଚଣା ରାଜନୀତି ଜୋର୍‌ ଧରିଛି। ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି।

କିଛିଦିନ ତଳେ ବଡ଼ଚଣା କଂଗ୍ରେସର ଏକ ପ୍ରତିନିଧି ଦଳ ବିଧାୟକ ଶ୍ରୀ ଶତପଥୀଙ୍କ ଟିଟୋ ଲିଙ୍କ୍‌କୁ ନେଇ ଏସ୍‌ଟିଏଫ୍‌କୁ ଏକ ଦାବିପତ୍ର ଦେଇଥିଲେ। ଅସିହା, ଅଚ୍ୟୁତବସନ୍ତ ଓ ମାଣ୍ଡୁକା ପାହାଡ଼ରୁ ମୋରମ୍‌ ଖନନ ଓ ଚାଲାଣରେ ଟିଟୋ ସହିତ ବିଧାୟକଙ୍କ ସମ୍ପୃକ୍ତିର ତଦନ୍ତ କରିବା ପାଇଁ ଦାବି କରିଥିଲା। ଏହାକୁ ବିରୋଧ କରି ଆଜି ବଡ଼ଚଣା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବ୍ଲକ୍‌ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି। ଏଥିସହିତ କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି ଟିପ୍ପଣୀ ଦେଇଛି।

By amfnews

Related Post