Sat. Mar 7th, 2026

ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ ବସ୍ତି ବାସିନ୍ଦା

India, Asian, Mumbai, Dharavi, Shahu Nagar, slum, shanties, high population density, poverty, residents, low income, poor,
228 Views

ଭୁବନେଶ୍ୱର : ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ। ୫ଦିନ ହେବ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବସ୍ତି ଉନ୍ନୟନ ପରିଷଦ ଏଭଳି ନିଷ୍ପତ୍ତି ନେଇଛି। ଆଜି ଧାରଣାର ଶେଷ ଦିନରେ ଲୋୟର ପିଏମ୍‌ଜିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବସ୍ତି ସଂଘର୍ଷ ସମିତି ସଭାପତି ପ୍ରତାପ ସାହୁ ଓ ବସ୍ତି ଉନ୍ନୟନ ପରିଷଦର ସଭାପତି ରଞ୍ଜୁଲତା ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପରିଷଦ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ସମେତ ଅନ୍ୟ ମହାନଗର ନିଗମର ବସ୍ତିବାସିନ୍ଦାମାନେ ସ୍ଥାୟୀ ଥଇଥାନ ଓ ଜମିପଟ୍ଟା ନେଇ ବିଭିନ୍ନ ଆନ୍ଦୋଳନ କରି ଆସୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଦାବିପତ୍ର ଦିଆସରିଛି। ହେଲେ ସରକାର ମନଇଚ୍ଛା ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଞ୍ଚଳରେ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରୁଛନ୍ତି। କେଉଁ ଉଦ୍ଦେଶ୍ୟରେ ସରକାର ଏଭଳି ପକ୍ଷପାତିତା କରୁଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି।

By amfnews

Related Post