Sat. Mar 7th, 2026

ବିଧାୟକ, ପୂର୍ବତନ ସାଂସଦଙ୍କୁ ଜାମିନ ମଞ୍ଜୁର

253 Views

ଜୟପୁର, ୧୩/୧୧: ଦୁରୁଆ ସମାଜକୁ ଆଦାବସୀ ମାନ୍ୟ ଦେବା ଦାବି ନେଇ ୨୦୧୫ ମସିହରରେ ହୋଇଥିବା ଆନ୍ଦେଳେନ, ରାସ୍ତାରୋକ ମାମଲାରେ ଆଜି କଂଗ୍ରେସ ନେତାମାନଙ୍କୁ ଜମିନ ମିଳିଛି। ଜୟପୁର ଏସ ଡି ଜେ ଏମଙ୍କ କୋର୍ଟ ଆଜି କଂଗ୍ରେସ ନେତା ଓ ଦୁରୁଆ ସମାଜର ନେତାମାନଙ୍କୁ ଜାମିନ ମଞ୍ଜୁର ପ୍ରଦାନ କରିଛି।
ସୂଚନା ଯୋଗ୍ୟ ଯେ, ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଦେବା ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି, ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲସିକାଙ୍କ ନେତୃତ୍ୱରେ ବୈପାରୀଗୁଡ଼ା ଠାରେ ଆନ୍ଦୋଳନ ସହିତ ରାସ୍ତାରୋକ କରାଯାଇଥିଲା। ୨୦୧୫ ମସିହା ଜୁନ ୨୪ ତାରିଖରେ ହୋଇଥିିବାଏହି ଆନ୍ଦୋଳନ ନେଇ ଏହି କଂଗ୍ରେସ ନେତାମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଆଜି ଜୟପୁରର ଏସ ଡି ଜେ ଏମ କୋର୍ଟରେ ଏହି ନେତାମାନେ ହାଜର ହୋଇଥିଲେ। ପରେ ସେମାନଙ୍କୁ ଜାମିନ ମଞ୍ଜୁର କରାଯାଇଥିିଲା।

By amfnews

Related Post