Wed. Dec 25th, 2024

ବିଧାୟକ ପଦରୁ ଇସ୍ତଫା ଦେଲେ କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ

By amfnews Oct 30, 2018 #Featured
100 Views

ଭୁବନେଶ୍ୱର, ଅକ୍ଟୋବର ୩୦: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର  ଶଗରିଆ  ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ଦେବା ନେଇ ସେ ସୂଚନା ଦେଇଛନ୍ତି ।

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ସେ ଇସ୍ତଫା ଦେଇଛନ୍ତି । ପୀଡିତାଙ୍କୁ ନ୍ୟାୟ ଦେଇପାରି ନ ଥିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସାମ୍ପ୍ରଦାୟିକ ରାଜନୈତିକ ସ୍ଥିତି ଦେଖା ଦେଇଥିବାବେଳେ ଦଳିତମାନଙ୍କୁ ସମ୍ମାନ ଓ ନ୍ୟାୟ ମିଳୁନାହିଁ ।  ଏନେଇ ସେ ବାରମ୍ବାର ସ୍ୱର ଉଠାଉଥିଲେ । ତେବେ ଏଭଳି ପରିସ୍ଥିତିରେ  ସେ ଜଣେ ଦଳିତ ବିଧାୟକ  ହୋଇ ମଧ୍ୟ  ଜଣେ ଦଳିତ ପୀଡିତାଙ୍କୁ ନ୍ୟାୟ ଦେଇ ପାରିନଥିଲେ । ଫଳରେ ତାଙ୍କ ବିବେକ ଡାକରାରେ ସେ  ଇସ୍ତଫା ଦେଇଛନ୍ତି ।

ଆସନ୍ତା ଡିସେମ୍ବର ୬ ରେ ସେ ରାଜ୍ୟର ଦଳିତ ମାନଙ୍କୁ ଏକାଠି କରି ଦଳିତଙ୍କ ପାଇଁ ନ୍ୟାୟ ଦାବି କରିବେ । ରାଜ୍ୟରେ ଦଳିତ ମାନେ ଅବହେଳିତ ହେଉଥିବାବେଳେ ରାଜଧାନୀରେ ଏକ ବିଶାଳ ସମାବେଶ କରିବାର ଯୋଜନା କରିଛନ୍ତି ଶ୍ରୀ ଶଗରିଆ ।

By amfnews

Related Post